ଗାଡ଼ି ଚେକିଂ କରୁଥିଲେ ହାବିଲଦାର, ପିଟି ଦେଲା ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 10, 2021

ଗାଡ଼ି ଚେକିଂ କରୁଥିଲେ ହାବିଲଦାର, ପିଟି ଦେଲା ଅଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶନିବାର ସପ୍ତାହାନ୍ତ ସଟଡାଉନ୍‌ ଲାଗୁ ହୋଇଥିବା ବେଳେ କଳ୍ପନା ଛକରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଡ଼ି ଚେକିଂ ବେଳେ ଏକ ଅଟୋ ଧକ୍କାରେ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ଗୁରୁତର ହାବିଲଦାରଜଣକ ହେଲେ ସରୋଜ ପ୍ରଧାନ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଆଜି ସଟଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ଡ଼ି କରାଯାଉଛି। ଏପରି ସ୍ଥଳରେ କଳ୍ପନା ଛକରେ ମଧ୍ୟ ପୁଲିସ୍‌ କର୍ମୀମାନେ ଯାଞ୍ଚ କରି ଗାଡ଼ି ଛାଡ଼ୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ହାବିଲଦାର ସରୋଜ ପ୍ରଧାନ ଯାଞ୍ଚ କରିବାକୁ ଯାଉଥିବା ବେଳେ ଅଟୋଟି ତାଙ୍କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ସରୋଜ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରୁ ଅଟୋ ସହ ଚାଳକ ଫେରାର ହୋଇଯାଇଥିଲେ। ଫେରାର ଅଟୋ ଚାଳକଙ୍କୁ ପୁଲିସ୍‌ ଲକ୍ଷ୍ମୀସାଗର ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆହତ ହାବିଲଦାରଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।

The post ଗାଡ଼ି ଚେକିଂ କରୁଥିଲେ ହାବିଲଦାର, ପିଟି ଦେଲା ଅଟୋ appeared first on Odisha Reporter.



from Odisha Reporter https://ift.tt/3hvU2pD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages