ଚାଲିଗଲେ ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ଚାଲିଗଲେ ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ବୟସ ଜନିତ ରୋଗ ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ହିନ୍ଦୀ ସିନେମାର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଲୀପ କୁମାର ଶହଶହ ହିଟ୍‌ ଫିଲ୍ମରେ ଅଭିନୟ କରି ନିଜ ଯାଦୁକାରିତା ଦେଖାଇଛନ୍ତି।

ସେ ବାରମ୍ବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ହେଁ ସବୁଥର ଏହାକୁ ମାତ ଦେଇ ଘରକୁ ଫେରୁଥିଲେ। କିନ୍ତୁ ଏଥର ସେ ଲଢ଼େଇ କରି ହାରି ଯାଇଛନ୍ତି। ଜୁନ୍ ୩୦ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ହସ୍ପିଟାଲର ଆଇସିୟୁରେ ଥିଲେ।

ତାଙ୍କ ପତ୍ନୀ ସାଇରା ବାନୋ ଗତକାଲି ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ। ଏଥିସହ ସେ ତାଙ୍କୁ ଘରକୁ ଖୁବଶୀଘ୍ର ଧରି ଫେରିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଛି। ଏହା ପୂର୍ବରୁ ଜୁନ୍‌ ୬ରେ ମଧ୍ୟ ଶ୍ୱାସ ଜନିତ ସମସ୍ୟା ଯୋଗୁ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ କିଛି ଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ।

ହିନ୍ଦୀ ସିନେମା ପ୍ରତି ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ୧୯୯୪ରେ ଦାଦା ସାହେବ ଫାଲକେ ଓ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

୧୯୨୨ ମସିହା ଡିସେମ୍ବର ୧୧ରେ ଦିଲୀପ ପେଶାୱର (ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନୟ ଦୁନିଆରେ ନିଜ କମାଲ ଦେଖାଇ ଦୀର୍ଘ ୫ ଦଶନ୍ଧି ଧରି ବଲିଉଡ୍‌ରେ ରାଜ କରିଥିଲେ। ୧୯୪୪ରେ ଜ୍ୱାର ଭଟ୍ଟା ଫିଲ୍ମ ଜରିଆରେ ତାଙ୍କର ଡେବ୍ୟୁ ହୋଇଥିଲା।

ଏହାପରେ ସେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ। ମୁଗଲ-ଏ ଆଜମ୍, ଗଙ୍ଗା ଯମୁନା, ମଶାଲ, ଦେବଦାସ, ରାମ୍ ଔର ଶ୍ୟାମ୍, କର୍ମା, ସୌଦାଗର ଭଳି ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ। ଲିଡର, ମଧୁମତୀ, ବିଧାତା ଦିଲୀପ କୁମାରଙ୍କ ଅନ୍ୟତମ ଶ୍ରେଷ୍ଠ ଫିଲ୍ମ।

The post ଚାଲିଗଲେ ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର appeared first on Odisha Reporter.



from Odisha Reporter https://ift.tt/3AzAqIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages