ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦ; ଆଜିଠୁ ବିକ୍ଷୋଭ କରିବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦ; ଆଜିଠୁ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ଦଳ । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ ।

ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ଆସନ୍ତା ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା, ୧୪ ତାରିଖରେ ଭୁବନେଶ୍ୱରରେ କରାଯିବ ବିକ୍ଷୋଭ । ଏନେଇ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ।

ସେ ଅଭିଯୋଗ କରିଥିଲେ, କରୋନା ବେଳେ କେନ୍ଦ୍ର ସରକାର ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ବୋଝ ଲଦୁଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ନିତିଦିନିଆ ସାମଗ୍ରୀ ଦର ବଢୁଛି । ତେଣୁ ଆସନ୍ତା ୧୫ରେ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଆସନ୍ତା ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି   ।

The post ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦ; ଆଜିଠୁ ବିକ୍ଷୋଭ କରିବ କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/3yuA8RE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages