ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଲେ ପତ୍ନୀ

କଟକ/ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ପାରଳେଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାରେ ଆସିଛି ନୂଆ ମୋଡ଼। ସନ୍ଦେହ ଘେରକୁ ଆସିଛନ୍ତି ତାଙ୍କ ପତ୍ନୀ। ସୌମ୍ୟରଞ୍ଜନଙ୍କ ମାମୁ ଏହି ଘଟଣା ପାଇଁ ତାଙ୍କୁ ଦାୟୀ କରିଛନ୍ତି।

ସୌମ୍ୟରଞ୍ଜନଙ୍କ ମାମୁ କହିଛନ୍ତି ଯେ ତାଙ୍କୁ ମାରି ଦିଆଯାଇଛି। ଘରେ ସେହି ଜଣେ ଲୋକ ଥିଲା (ସୌମ୍ୟରଞ୍ଜନଙ୍କ ପତ୍ନୀ), ସେ ମାରିଥିବ। ନ ହେଲେ ତା’ ଷ୍ଟାଫ୍‌ରୁ କେହି ମାରିଥାଇ ପାରନ୍ତି।

ସେ ଆହୁରି କହିଛନ୍ତି, ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବେ ଝଗଡ଼ା ହୋଇଥିବା ନେଇ ଘର ଲୋକେ କିଛି ଜାଣି ନାହାନ୍ତି। ତେବେ ସେ ତାଙ୍କ ମା ଓ ମାଇଁଙ୍କୁ ଫୋନ୍ କରି ବୋହୂ ତାଙ୍କୁ ନିର୍ଯାତନା ଦେଉଥିବା କଥା କହିଥିଲେ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ପାରଳାଖେମୁଣ୍ଡି ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଗତକାଲି ତାଙ୍କ ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ଥିଲେ। ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଏହାପରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୮୦ପ୍ରତିଶତ ପୋଡ଼ିଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ସୌମ୍ୟରଞ୍ଚନଙ୍କୁ ସେଠାରୁ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ହସ୍‌ପିଟାଲ୍‌କୁ ପଠାଯାଇଥିଲା। ହେଲେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟରଞ୍ଜନ ଚଳିତ ବର୍ଷ ଜାନୁଆରୀ ମାସରେ ବାହା ହୋଇଥିଲେ। ତେବେ କାହିଁକି ଓ କିପରି ଏଭଳି ଏକ ଅଘଟଣା ଘଟିଗଲା, ତାହା ଏବେ ବି ଅସ୍ପଷ୍ଟ ରହିଛି। ପାରଳାଖେମୁଣ୍ଡି ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଲେ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/3wwqdJX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages