ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନକୁ ଆସିଲା ନୂଆ ଅତିଥି । ସିଂହୀ ବିଜୁଳି ୩ ଶାବକଙ୍କୁ ଜନ୍ମ ଦେଇଛି । ଏହି ୩ ଶାବକଙ୍କ ସହ ନନ୍ଦନକାନରେ ସିଂହ ସଂଖ୍ୟା ୧୮ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ମା’ ହୋଇଛି ସିଂହୀ ବିଜୁଳି ।
ବିଜୁଳି ଗର୍ଭବତୀ ହେବା ପରେ ତାକୁ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଏହା ପୂର୍ବରୁ ଜୁଲାଇ ୨୦୧୫ରେ ସିଂହୀ କଳ୍ପନା ଜନ୍ମ ନେଇଥିଲା । ମାର୍ଚ୍ଚ ୨୦୧୭ରେ ଜିତ ନାମକ ସିଂହ ଜନ୍ମଗ୍ରହଣ କରିଥିଲା । ଏହି ଦୁଇ ସିଂହଙ୍କ ଜନ୍ମ ସହ ଲାଳନପାଲନ ଉପରେ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ ।
The post ମା’ ହେଲା ବିଜୁଳି, ନନ୍ଦନକାନନକୁ ଆସିଲା ୩ ନୂଆ ଅତିଥି appeared first on Odisha Reporter.
from Odisha Reporter https://ift.tt/3iE75on
No comments:
Post a Comment