ଗର୍ଭବତୀଙ୍କୁ ମିଳିଲା କରୋନା ଟୀକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ଗର୍ଭବତୀଙ୍କୁ ମିଳିଲା କରୋନା ଟୀକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟୀକାକରଣ । ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି।

ଭୁବନେଶ୍ୱରରେ ମୋଟ ୧୦ ହଜାରରୁ ଅଧିକ ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସପ୍ତାହକୁ ଦୁଇଦିନ ଅର୍ଥାତ ବୁଧବାର ଏବଂ ଶନିବାର ଦିନ ୧୧ଟାରୁ ଦିନ ଗୋଟାଏ ମଧ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି  ।

ଗର୍ଭବତୀମାନେ ନିଜର ପରିଚୟ ପତ୍ର ଦେଖାଇ ଟିକା ନେଇପାରିବେ । ଗର୍ଭବତୀଙ୍କୁ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିକା ନେବା ପାଇଁ ଗର୍ଭବତୀଙ୍କୁ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ । ଅନ୍ୟପକ୍ଷେ ଗର୍ଭବତୀଙ୍କ ଟୀକାକରଣ କାର୍ଯ୍ୟରେ  ନିୟୋଜିତ ଥିବା ସମସ୍ତ ନର୍ସ, ଏଏନ୍ଏମ୍ ଓ ଅଙ୍ଗନବାଡି କର୍ମୀଙ୍କୁ  ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ।

 

The post ଗର୍ଭବତୀଙ୍କୁ ମିଳିଲା କରୋନା ଟୀକା appeared first on Odisha Reporter.



from Odisha Reporter https://ift.tt/3rsOaRw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages