ଡରିଗଲା ଡ୍ରାଗନ, ତଦନ୍ତ ଆଳରେ ଖେଳିଲା ନୂଆ ଚାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ଡରିଗଲା ଡ୍ରାଗନ, ତଦନ୍ତ ଆଳରେ ଖେଳିଲା ନୂଆ ଚାଲ୍

ବେଜିଂ: କରୋନାର ଉତ୍ପତ୍ତିକୁ ନେଇ ଆମେରିକା ସମେତ ବିଭିନ୍ନ ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉପରେ ଚାପ ପକାଇବା ପରେ ପୁଣିଥରେ ତଦନ୍ତ କରିବାକୁ ଆଗ୍ରହ ଦେଖାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ମୁଖ୍ୟତଃ ପ୍ରଥମ ତଦନ୍ତ ବେଳେ ଉହାନ ଲ୍ୟାବ ଏବଂ ଅନ୍ୟାନ୍ୟ ଦସ୍ତାବିଜର ତଥ୍ୟ ନପାଇ ଫେରିଆସିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକି ଟିମ୍। ଏବେ ସନ୍ଦେହ ରହିଥିବା ସ୍ଥାନରେ ତଦନ୍ତ କରିବାକୁ ଯୋଜନା କରି ଦ୍ୱିତୀୟ ଥର ପାଇଁ ଚାଇନାକୁ ପ୍ରସ୍ତାବ ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ହେଲେ ଏହାକୁ ଖାରଜ କରି ଦେଇଛି ଚାଇନା। ଉହାନ ଲ୍ୟାବରେ ଯାଇ ତଦନ୍ତ କରିବା ଚାଇନା ସରକାରର ପ୍ରୋଟୋକଲକୁ ଉଲ୍ଲଂଘନ ବୋଲି ଡ୍ରାଗନ କହିଛି।

ଏପରି ଉତ୍ପତ୍ତି ବା ତଦନ୍ତ ପ୍ରକ୍ରିୟାକୁ ଗ୍ରହଣ କରିବୁ ନାହିଁ। କାରଣ ଏହା ସାଧାରଣ ଜ୍ଞାନ ଏବଂ ବିଜ୍ଞାନର ଅପମାନ ବୋଲି ନ୍ୟାସନାଲ ହେଲଥ କମିଶନ (NHC)ର ଉପ ମନ୍ତ୍ରୀ ଜେଙ୍ଗ ୟିକ୍ସିନ୍ କହିଛନ୍ତି। ଯେତେବେଳେ ସେ ପ୍ରଥମେ WHOର ପ୍ରସ୍ତାବିତ ଯୋଜନା ପଢିଥିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। କାରଣ ସେଥିରେ ଲେଖା ହୋଇଥିବା ତଥ୍ୟ ଅନୁଯାୟୀ ଅନୁମାନ କରାଯାଉଛି ଯେ ଚାଇନା ଲାବୋରେଟୋରୀରୁ କରୋନା ଭାଇରସ ଲିକ୍ ହୋଇଛି। ହେଲେ ଏହା ସରକାରଙ୍କ ପ୍ରୋଟୋକଲକୁ ଉଲ୍ଲଂଘନ କରୁଛି। ଗୋପନୀୟତା ଆଧାରରେ କିଛି ତଥ୍ୟ ସମ୍ପୂର୍ଣ୍ଣ ଭାବରେ ଶେଆର କରିହେବ ନାହିଁ ବୋଲି ସେ କହିଛନ୍ତି।

ଜେଙ୍ଗ କହିଛନ୍ତି ଯେ WHOକୁ ଚାଇନା ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା ବିଚାର ଏବଂ ପରାମର୍ଶ ଗ୍ରହଣୀୟ ହେବ। ଏହି ତଦନ୍ତକୁ ନେଇ ରାଜନୀତି ନହେବା ଦରକାର। ରାଜନୀତିକରଣକୁ ଚାଇନା ବିରୋଧ କରେ ବୋଲି ସେ କହିଛନ୍ତି।

ମେ ମାସରେ କରୋନାର ଉତ୍ପତ୍ତି ଉପରେ ୬ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଗୁଇନ୍ଦା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ଗୁଇନ୍ଦା ଯେଉଁ ରିପୋର୍ଟ ଦେଇଛି ସେଥିରେ ଉଲ୍ଲେଖ ରହିଛି କରୋନା ଉହାନ ଲ୍ୟାବରୁ ଲିକ୍ ହୋଇଛି। ଏହାପରେ ସାମ୍ବାଦିକ ସମ୍ମିଳନୀରେ ଜେଙ୍ଗ କହିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ଚାଇନା ବାହାରେ କରୋନାର ଉତ୍ପତ୍ତିକୁ ନେଇ ଅନୁସନ୍ଧାନ କରିବା ଦରକାର।

ସୂଚନାଯୋଗ୍ୟ, ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରେ ଥିବା ଲାବୋରେଟୋରୀ ପାଖରୁ ଏହି ଭାଇରସ ଦ୍ୱାରା ସଂକ୍ରମିତ ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଏହା ପଶୁମାନଙ୍କ ପାଖରୁ ମଣିଷକୁ ସଂକ୍ରମିତ ହୋଇଛି ବୋଲି କୁହାଯାଉଛି।

The post ଡରିଗଲା ଡ୍ରାଗନ, ତଦନ୍ତ ଆଳରେ ଖେଳିଲା ନୂଆ ଚାଲ୍ appeared first on Odisha Reporter.



from Odisha Reporter https://ift.tt/3y0iEMZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages