ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ନାଚ୍ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଥିଲେ।
ଏହା ସହିତ ମୀରାବାଈ ଚାନୁ ଇତିହାସ ରଚିଛନ୍ତି। ଅଲିମ୍ପିକ୍ସରେ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେହିପରି କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ସେ ହେଉଛନ୍ତି ମୀରାବାଈ ଚାନୁ ହେଉଛନ୍ତି ଦ୍ୱିତୀୟ ଭାରୋତ୍ତୋଳନକାରୀ ଯିଏ ଦେଶ ପାଇଁ ଅଲିମ୍ପିକ୍ସରେ ମେଡାଲ ଜିତିଛନ୍ତି। ଏହା ପୂର୍ବରୁ ୨୦୦୦ ମସିହାରେ ଅନୁଷ୍ଠିତ ସିଡ୍ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ।
ମୀରାବାଈ ଚାନୁ ୪୮ କେଜି ଓ ୮୭ କେଜି ଓଜନକୁ ସଫଳତାର ସହିତ ଉଠାଇ ଦେଇଥିଲେ। କିନ୍ତୁ ୮୯ କେଜି ଉଠାଇବାରେ ବିଫଳ ହୋଇଥିଲେ। ତେଣୁ ସ୍ନାଚ୍ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ରହି ଯାଇଥିଲେ। ଅନ୍ୟପକ୍ଷରେ କ୍ଲିନ୍ ଓ ଜର୍କରେ ୧୧୫ କେଜି ଓଜନ ଉଠାଇ ମୀରାବାଈ ଚାନୁ ଅଲିମ୍ପିକ୍ସରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।
୨୦୧୭ ବିଶ୍ୱ ଚାମ୍ପିଅନ୍ଶିପ୍ରେ ମୀରାବାଈ ଚାନୁ ସ୍ନାଚ୍ରେ ୮୭ କେଜି ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ବର୍ଷ ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍ଶିପ୍ରେ ସେ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଉଠାଇ ବିଶ୍ୱ ରେକର୍ଡ ତିଆରି କରିଥିଲେ। ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବା ପରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଛି।
ସୂଚନାଯୋଗ୍ୟ, ମୀରାବାଈ ରୌପ୍ୟ ପଦକ ଜିତିଥିବା ବେଳେ ଚୀନର ଝିହୁଇ ହୋଉ ସ୍ୱର୍ଣ୍ଣ ପଦକ ଓ ଇଣ୍ଡୋନେସିଆର ୱିଣ୍ଡି କ୍ୟାଣ୍ଟିକା ଐଶା ବ୍ରୋଞ୍ଜ ପଦକ ଜିତିଛନ୍ତି।
Mirabai Chanu appreciation post #Tokyo2020 | #UnitedByEmotion | #StrongerTogether pic.twitter.com/V7SlgQ20Xl
— #Tokyo2020 for India (@Tokyo2020hi) July 24, 2021
The post ଟୋକିଓ ଅଲିମ୍ପିକ୍ସ: ଦେଶ ପାଇଁ ପ୍ରଥମ ପଦକ ଜିତିଲେ ମୀରାବାଈ appeared first on Odisha Reporter.
from Odisha Reporter https://ift.tt/2UJGn5B
No comments:
Post a Comment