ଶ୍ରୀନରଗ: ଜମ୍ମୁ-କାଶ୍ମୀର ପୁଂଛ ନିକଟରେ ଭୟଙ୍କର ବିସ୍ଫୋରଣ। ମନକୋଟା ସେକ୍ଟରରେ ମାଇନିଂ ବ୍ଲାଷ୍ଟରେ ଜଣେ ଯବାନ ସହିଦ ହୋଇଛନ୍ତି। ଏଲ୍ଓସି ନିକଟରେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ ନିକଟ ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀର ସମସ୍ତ କଣ୍ଟିଜେଣ୍ଟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିଲା ନା ପାକିସ୍ତାନ ସେନାର ଷଡଯନ୍ତ୍ର, ତାହା ଏଯାଏ ଜଣାପଡିନାହିଁ । ସେପଟେ ସହିଦ ଯବାନଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ଘଟଣାସ୍ଥଳରେ ଭାରତୀୟ ସେନାଙ୍କ ତଦନ୍ତ ଜାରି ରହିଛି।
ଏହାପୂର୍ବରୁ ଭାରତୀୟ ସେନାର ବୀର ଯବାନ କୃଷ୍ଣ ବୈଦ୍ୟ ଗତକାଲି କୃଷ୍ଣା ଘାଟି ସେକ୍ଟରେ ଅପରେସନ୍ ସମୟରେ ସହିଦ ହୋଇଥିଲେ। ସେ ଭାରତୀୟ ସେନାର ୧୬ତମ କୋର୍ରେ ସାମିଲ ଥିଲେ।
ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା। ବାନ୍ଦୀପୋରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହେବାରୁ ସେନା ଗୁଳିରେ ଟଳିଛନ୍ତି ୨ ଆତଙ୍କବାଦୀ। ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ବାନ୍ଦୀପୋରାର ସୋକବାବା ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା।
ଏହାପରେ ବାନ୍ଦୀପୋରା ପୁଲିସ, ସେନାର ୧୩ ଏବଂ ୧୪ ଆରଆର ଓ ସିଆରପିଏଫ୍ ଯବାନଙ୍କ ଏକ ଜଏଣ୍ଟ ଟିମ୍ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଫଳରେ ସୁରକ୍ଷାବାହିନୀ ଏହାର ପ୍ରତି ଜବାବ ଦେଇଥିଲା।
ସୂଚନା ମୁତାବକ ଘାଟିରେ ଲଗାତର ଆତଙ୍କବାଦୀଙ୍କ ବିରୋଧରେ ସେନାର ନିରନ୍ତର ଅପରେସନ୍ ଚାଲିଛି। ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି, ଏହାକୁ ଭାରତୀୟ ସୁରକ୍ଷା ବାହିନୀ ବାରମ୍ବାର ବିଫଳ କରୁଛି।
The post ଏଲ୍ଓସି ନିକଟରେ ବିସ୍ଫୋରଣ, ଜଣେ ଯବାନ ସହିଦ appeared first on Odisha Reporter.
from Odisha Reporter https://ift.tt/3iO9BIS
No comments:
Post a Comment