ବିନିକା (ଓଡ଼ିଶା ରିପୋର୍ଟର): ପତି-ପତ୍ନୀ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ଜଣେ ବ୍ୟକ୍ତି ହତ୍ୟାର ଶିକାର ହୋଇଥିବା ବେଳେ ଆହୁରି ୧୦ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ।
ସୂଚନା ଅନୁଯାୟୀ, ଏହି ଗାଁର ଆଲା ସତ୍ୟନାରାୟଣ ବର୍ଷେ ହେଲା ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ତାଙ୍କ ବାପ ଘରେ (ଆନ୍ଧ୍ର ପ୍ରଦେଶର ରାହୁଲପାଲମ ଥାନା ଜନଡ଼ା ଗାଁରେ) ଛାଡ଼ି ଦେଇଛନ୍ତି। ତା’ପରଠାରୁ ସେ ଆଉ ତାଙ୍କୁ ଆଣିବାକୁ ଯାଇ ନାହାନ୍ତି। ତେଣୁ ଆଲା ସତ୍ୟନାରାୟଣ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମିଳାମିଶା କରାଇବାକୁ ଗତ ୧୪ ତାରିଖ ରାତିରେ ଜନଡ଼ା ଗାଁରୁ ୯ ଜଣ ବ୍ୟକ୍ତିଙ୍କ ସହିତ ବିନିକା ଅଞ୍ଚଳର ଡି. କାଶୀ ବିଶ୍ୱନାଥ ଓ ତାଙ୍କ କାକା ଡି. ରାମବାବୁ ଆନ୍ଧ୍ରାଡେରା ଗାଁରେ ପହଞ୍ଚିଥିଲେ। କିନ୍ତୁ ଆଲା ସତ୍ୟନାରାୟଣ ଏ ସମସ୍ତଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ଏଥିରେ ଡି. କାଶୀ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି।
ଅଭିଯୁକ୍ତ ଆଲା ସତ୍ୟନାରାୟଣ ଫେରାର ହୋଇଯାଇଛି। ବିନିକା ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
The post ପତି-ପତ୍ନୀଙ୍କ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ହତ୍ୟାର ଶିକାର appeared first on Odisha Reporter.
from Odisha Reporter https://ift.tt/3eLwKdN
No comments:
Post a Comment