ଭାରତ-ଚାଇନା ସାମ୍ନାରେ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଲେ ଆଫଗାନ୍ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ଭାରତ-ଚାଇନା ସାମ୍ନାରେ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଲେ ଆଫଗାନ୍ ରାଷ୍ଟ୍ରପତି

ତାଶକେଣ୍ଟ, ଉଜବେକିସ୍ତାନ: ପୁଣି ପାକିସ୍ତାନ ହେଲା ଇଣ୍ଟରନେଶନାଲ ବେଜିତ। ବିଭିନ୍ନ ଦେଶ ସାମ୍ନାରେ ଇମ୍ରାନ୍ ଖାନଙ୍କ ଧଜିଆ ଉଡାଇଲେ ଆଫଗାନ ରାଷ୍ଟ୍ରପତି ଅସରଫ ଗନି। ଉଜୁବେକିସ୍ଥାନ ସ୍ଥିତ ତାଶକେଣ୍ଟରେ ଆୟୋଜିତ ଏକ କ୍ଷେତ୍ରେୟ ସମ୍ମିଳନାରେ ଅଫଗାନ ପାକିସ୍ତାନ ସରକାର ଓ ଇମ୍ରାନ ଖାନଙ୍କ ଉପରେ ବର୍ଷିଛନ୍ତି। ଆଫଗାନିସ୍ତାନରେ ତାଲିବାନ ମାନେ ଯେଉଁଭଳି ଆତଙ୍କ ଚଳାଇଛନ୍ତି ଏଥିପାଇଁ ସେ ବିଦେଶୀ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି। ଏହି ବେଦେଶୀ ଆତଙ୍କବାଦୀ ପାକିସ୍ତାନର ବୋଲି ସେ କହିଛନ୍ତି। ପାକିସ୍ତାନର ୧୦ ହଜାର ଜିହାଦୀ ତାଲିବାନ ସହିତ ମିଶି ଆଫଗାନିସ୍ତାନକୁ ଅଶାନ୍ତ କରିଛନ୍ତି ବୋଲି ଅସରଫ କହିଛନ୍ତି। ଏହି ସମ୍ମିଳନୀରେ ଭାରତ, ଚାଇନା ଏବଂ ଋଷିଆର ବୈଦେଶିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ମଧ୍ୟ ଏବଂ ଦକ୍ଷିଣ ଏସିଆ ମଧ୍ୟରେ ସମ୍ପର୍କ ସୁଧାର ପାଇଁ ଏହି ବୈଠକରେ ଆଲୋଚନା ହେଉଥିଲା। ଏହି ଅବସରରେ ଆଫଗାନ କହିଥିଲେ, ଗୁଇନ୍ଦା ସୂଚନା ଅନୁଯାୟୀ ପାକିସ୍ତାନ ଏବଂ ଅନ୍ୟାନ୍ୟ ସ୍ଥାନରୁ ୧୦ ହଜାର ଯୁବକ ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି। ଏମାନେ ସମସ୍ତେ ଜଣେ ଜଣେ ଜିହାଦୀ। ଆଫଗାନରେ ଏମାନେ ପ୍ରବେଶ କରିବା ପରେ ତାଲିବାନକୁ ସମର୍ଥନ କରିଛନ୍ତି। ଏହାପରେ ତାଲିବାନ ମଜବୁତ ହୋଇଛି। ଏଭଳି କରି ପାକିସ୍ତାନ ଶାନ୍ତି ସମ୍ମିଳନୀରେ ସାମିଲ ହେବାର କୌଣସି ମୂଲ୍ୟ ରଖୁନି।

ଆଫଗାନିସ୍ତାନରୁ ଆମେରିକା ନିଜ ସେନାକୁ ହଟାଇବା ପରେ ତାଲିବାନ ଗତ କିଛି ସପ୍ତାହ ହେବ ଆଫଗାନିସ୍ତାନରେ ଦ୍ରୁତ ଗତିରେ ଦେଶର ବଡ଼ ଅଂଶ ଦଖଲ କରିଆସୁଛି। ଆମେରିକା ଅଧିକାଂଶ ସୁରକ୍ଷା ବାହିନୀ ପ୍ରତ୍ୟାହାର କରିନେଇଛି। ଅଗଷ୍ଟ ୩୧ ସୁଦ୍ଧା ଅବଶିଷ୍ଟ ବାହିନୀକୁ ପ୍ରତ୍ୟାହାର କରିବାକୁ ଲକ୍ଷ୍ୟ ରଖିଛି। ଅସରଫ ଘାନି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଖାନ୍ ଏବଂ ତାଙ୍କ ଅଧିକାରୀ ମାନେ ଆଶ୍ୱାସନା ଦେଇଥିଲେ ଯେ ଆଫଗାନିସ୍ତାନରେ ତାଲିବାନର କ୍ଷମତାକୁ ଆସିବା ପାକିସ୍ତାନର ହିତରେ ନୁହେଁ। ଏଭଳି କହିବା ପରେ ବି ତାଲିବାନକୁ ସମର୍ଥନ କରୁଥିବା ସଂଗଠନଗୁଡ଼ିକ ଖୋଲାଖୋଲି ଭାବେ ଆଫଗାନିସ୍ତାନ ଏବଂ ରାଜ୍ୟର ସମ୍ପତ୍ତିକୁ ବିନାଶ ଆଡକୁ ନେଉଛନ୍ତି।

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଏଭଳି ଜୋରଦାର ହମଲା ଦେଖି ବିବ୍ରତ ହୋଇଡ଼ିଥିବା ଇମ୍ରାନ ଖାନ କିନ୍ତୁ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଫଗାନିସ୍ତାନ ପରିସ୍ଥିତି ଯୋଗୁଁ ପାକିସ୍ତାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କୁ କହିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ପାକିସ୍ତାନରେ ୭୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପାକିସ୍ତାନ ଅଧିକ ବିବାଦ ଚାହୁଁନାହିଁ। ଇମ୍ରାନ ଖାନ କହିଛନ୍ତି ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଦେଶ ତାଲିବାନ ସହିତ କଥାବାର୍ତ୍ତା ଦିଗରେ ଉଦ୍ୟମ କରିନାହାଁନ୍ତ। ଯାହା କରିଛି କେବଳ ପାକିସ୍ତାନ। ଯଦି ଅନ୍ୟ ଦେଶ କରିଥାନ୍ତେ ତାହାଲେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତେ କହି ନିଜ ଉପରେ ଆସିଥିବା ଅଭିଯୋଗକୁ ବୁଲାଇ ଦେବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନର ମିଷ୍ଟର ଖାନ୍।

ଆଫଗାନିସ୍ତାନରେ ଯାହା ଘଟୁଛି ସେଥିପାଇଁ ପାକିସ୍ତାନକୁ ଦାୟୀ କରିବା ଠିକ୍ ନୁହେଁ। ଇମ୍ରାନ୍ କହିଛନ୍ତି ଯେ ଯଦି ଆଫଗାନିସ୍ତାନରେ ପାକିସ୍ତାନ ଶାନ୍ତି ଚାହୁଁ ନଥାନ୍ତା ତେବେ ସେ ନଭେମ୍ବରରେ କାବୁଲ ଯାଇ ନଥାନ୍ତେ। ଶାନ୍ତିରେ ଅଂଶଗ୍ରହଣ କରିବା ଆମର ସର୍ବଦା ଉଦ୍ଦେଶ୍ୟ, ତେଣୁ ଘାନି ଯେଉଁ ଶବ୍ଦ ପାକିସ୍ତାନ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ସେଥିରେ ସେ ମର୍ମାହତ ବୋଲି କହିଛନ୍ତି।

The post ଭାରତ-ଚାଇନା ସାମ୍ନାରେ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଲେ ଆଫଗାନ୍ ରାଷ୍ଟ୍ରପତି appeared first on Odisha Reporter.



from Odisha Reporter https://ift.tt/36HOkLi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages