ସୌମ୍ୟଙ୍କୁ ନେଇଥିବା ଡ୍ରାଇଭରଙ୍କ ଖୁଲାସା- ମ୍ୟାଡମଙ୍କ ନିର୍ଦ୍ଦେଶରେ ଅଟକିଥିଲା ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ସୌମ୍ୟଙ୍କୁ ନେଇଥିବା ଡ୍ରାଇଭରଙ୍କ ଖୁଲାସା- ମ୍ୟାଡମଙ୍କ ନିର୍ଦ୍ଦେଶରେ ଅଟକିଥିଲା ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା, ତାହାର ଉତ୍ତର ରଖିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।  ଘଟଣା ଦିନ ସୌମ୍ୟଙ୍କୁ ନେଇ କଟକ ଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ସାଗରଙ୍କୁ ଗତକାଲି ବିଳମ୍ବିତ ରାତିରେ ଜେରା କରିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ।

ଏନେଇ ଡ୍ରାଇଭର ଦୟାନିଧି ସାଗର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, “ଘଟଣା ଦିନ ମେଡିକାଲରୁ ବାହାରୁ ବାହାରୁ ରାତି ସାଢ଼େ ୧୧ରୁ ୧୨ଟା ହୋଇଥିଲା। ଉକ୍ତ ସମୟରେ ଗାଡ଼ିରେ ଜଣେ ପାଇଲଟ ଡ୍ରାଇଭର, ଫାର୍ମାସିଷ୍ଟ ଓ ପେସେଣ୍ଟ ଥିଲେ। ପେସେଣ୍ଟ ସହ କହି ନ ଥିବାରୁ ଫରେଷ୍ଟ ଗେଟ୍ ପାଖରେ  ଅଟକିବାକୁ ଜଣେ ପୁଲିସ୍‌ ଡ୍ରେସ୍‌ ପିନ୍ଧିଥିବା ମହିଳା ଅଫିସର କହିଥିଲେ। ତେଣୁ ସେଠାରେ ଗାଡ଼ି ୧୦ରୁ ୧୫ ମିନିଟ  ଅଟକି ଥିଲା।”

“ଏହାପରେ କିଛି ବ୍ୟାଗ ଧରି ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଗ୍‌ ଛକରୁ ବାହାରିଥିଲା।  ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା । ଏହାପରେ ଗୋଷାଣି ଛକରେ ଜଣେ ବ୍ୟକ୍ତି ବୋଲେରୋରୁ ଆସି ଆମ୍ବୁଲାନ୍ସରେ ବସିଲେ। ଏହାପରେ ଗୋପାଳପୁର ଛକରେ ୨ ମିନିଟ ପାଇଁ ରହି  ଏସିବି ଯିବା ନା ବ୍ରହ୍ମପୁର ଯିବା ବୋଲି ପେସେଣ୍ଟଙ୍କ ପତ୍ନୀଙ୍କୁ ପଚାରିଥିଲି। ହେଲେ ସିଧା କଟକ ଯିବା ବୋଲି ସେ କହିବାରୁ ଆମେ କଟକ ଅଭିମୁଖେ ଯାଇଥିଲୁ। ଏହାପରେ ସକାଳ ପ୍ରାୟ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ ଆମ୍ବୁଲାନ୍ସ ଏସସିବିରେ ପହଞ୍ଚିଥିଲା।” ପୁଲିସ୍‌ ସମ୍ମୁଖରେ କିଛି ଏପରି ବୟାନ ରଖିଛନ୍ତି ଦୟାନିଧି

ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ୧୧ ଦିନ ପୂରିବାକୁ ବସିଥିବା ବେଳେ ଆଜି ଯାଏ ମୁଖ୍ୟ ଅଭିଯୁକ୍ତକୁ ଧରିପାରିନି ପୁଲିସ୍‌। ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲୋକ ପ୍ରଥମରୁ ଅଭିଯୋଗ କରି ଆସୁଥିବା ବେଳେ ଆଜି ତାଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଓ ପାରଳେଖେମୁଣ୍ଡି ପୁଲିସ୍‌ ଟିମ୍‌ ମିଳିତ ଭାବେ ଡିଏଫଓଙ୍କୁ ଜେରା କରିବେ ବୋଲି ଜଣାଯାଇଛି।

ଅପରପକ୍ଷେ, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା କ’ଣ ପାଇଁ ପାରଳାଖେମୁଣ୍ଡି ମେଡିକାଲ ଆସିଥିଲେ, କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକିବାକୁ କହିଥିଲେ ସେ ନେଇ ଆଜି ତାଙ୍କୁ ବି ପଚରାଉଚରା କରାଯିବ ।

ଅପରପକ୍ଷେ, ଗତକାଲି ଦକ୍ଷିଣାଞ୍ଚଳ ଡିଆଇଜି,  ପାରଳାଖେମୁଣ୍ଡି ପୁଲିସ୍‌, କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ କ୍ୱାର୍ଟର୍ସ ଛାନଭିନ କରିବା ପରେ ସେଠାରେ ହିଁ କ୍ରାଇମ ଘଟିଥିଲା ବୋଲି ସ୍ପଷ୍ଟ କରିଛନ୍ତି। ଘଟଣାସ୍ଥଳରେ ପୋଡ଼ା ଚିହ୍ନ ଥିବା ବେଳେ ମଶା ନେଟ ପୋଡ଼ି ଯାଇଥିବା ଗତକାଲି କହିଥିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି। ଏହାପରେ ତଦନ୍ତକୁ ଜୋରଦାର କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।

The post ସୌମ୍ୟଙ୍କୁ ନେଇଥିବା ଡ୍ରାଇଭରଙ୍କ ଖୁଲାସା- ମ୍ୟାଡମଙ୍କ ନିର୍ଦ୍ଦେଶରେ ଅଟକିଥିଲା ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/3eLBhNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages