‘ସେପ୍ଟେମ୍ୱର-ଅକ୍ଟୋବର ବେଳକୁ କୋଭିଡର ତୃତୀୟ ଲହର ଆସିପାରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

‘ସେପ୍ଟେମ୍ୱର-ଅକ୍ଟୋବର ବେଳକୁ କୋଭିଡର ତୃତୀୟ ଲହର ଆସିପାରେ’

ନୂଆଦିଲ୍ଲୀ: ବିଭିନ୍ନ ସଂସ୍ଥା ରିପୋର୍ଟ ଜାରି କରି କହିଥିଲେ ଜୁଲାଇ ଶେଷ ସପ୍ତାହ କିମ୍ୱା ଅଗଷ୍ଟ ମାସରେ କୋଭିଡର ତୃତୀୟ ଲହର ଆସିବ। ହେଲେ ଏବେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମିତ ସଂଖ୍ୟା ତୃତୀୟ ଲହରର ସଙ୍କେତ ଦେଇ ନାହିଁ। ଏହାରି ଭିତରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ସିଂ ଗୁଲେରିଆ କହିଛନ୍ତି ଛୋଟ ଛୁଆ ତୃତୀୟ ଲହରରେ ପ୍ରଭାବିତ ହୋଇନପାରନ୍ତି ଏବଂ ଅଗଷ୍ଟ ପରେ କୋଭିଡର ତୃତୀୟ ଲହର ଆସିପାରେ। ସିଏନଏନ ନ୍ୟୁଜ-୧୮କୁ ସାକ୍ଷାତକାର ଦେଲା ବେଳେ ରଣଦୀପ କହିଛନ୍ତି। ନିକଟରେ ଆଇସିଏମଆର ସେରୋ ସର୍ଭେ କରିବା ପରେ ପୂର୍ବାନୁମାନ କରିଛି ଯେ ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଭାରତକୁ ଆସିବାର ସମ୍ଭାବନା ରହିଛି।

ଗୁଲେରିଆ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଧୀରେ ଧୀରେ ଲକଡାଉନ୍ ପ୍ରତିବନ୍ଧକକୁ ହଟାଉଛନ୍ତି। ଲୋକମାନେ କୋଭିଡ ପ୍ରୋଟୋକଲକୁ ସେପରି ଆଉ ପାଳନ କରୁନାହାନ୍ତି ଯେମିତି ଏପ୍ରିଲ-ମେ ବେଳେ ମାନୁଥିଲେ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ସମ୍ଭାବ୍ୟ ତୃତୀୟ ଲହର ସେପ୍ଟେମ୍ବର-ଅକ୍ଟୋବରରେ ଦେଶକୁ ତୃତୀୟ ଲହର ହେବାର ସମ୍ଭାବନା ଅଧିକ ରହିଛି। ଛୋଟ ପିଲା ଏଥିରେ ପ୍ରଭାବିତ ହୋଇ ନପାରନ୍ତି। ସେରୋ ସର୍ଭେରୁ ଜଣାପଡିଛି ଯେ ପ୍ରଥମ ଏବଂ ଦ୍ୱିତୀୟ ଲହରରେ ପିଲାମାନେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସାମାନ୍ୟ ସଂକ୍ରମଣରୁ ଦୂରେଇ ଯାଇଥିଲେ।

ସେ ଆହୁରି ମଧ୍ୟ ଜୋର ଦେଇଛନ୍ତି ଯେ ସେରୋସର୍ଭେ ଏବଂ ଅନ୍ୟାନ୍ୟ ଅଧ୍ୟୟନରୁ ଜଣାପଡିଛି ଯେ ୫୦-୬୦ ପ୍ରତିଶତ ଆଣ୍ଟି-ବଡି ବିକଶିତ ହୋଇଛି। ଦେଶରେ ହୋଇଥିବା ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କଙ୍କ ପାଖରେ ଆଣ୍ଟିବଡି ରହିଛି। ଭାରତ ବାୟୋଟେକ୍ ଟିକା ଏବଂ ଜାଇଡସ୍ କ୍ୟାଡିଲା ପିଲାମାନଙ୍କ ପାଇଁ ଟିକା ଶୀଘ୍ର ଉପଲବ୍ଧ କରିପାରେ। ଜାଇଡସ ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବାରୁ ସେପ୍ଟେମ୍ବରରେ ଏହା ଉପଲବ୍ଧ ହେବାର ସମ୍ଭାବନା ଅଧିକ। ଅନ୍ୟପଟେ ଦେଶରେ ଟିକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି ବୋଲି ସେ କହିଛନ୍ତି।

The post ‘ସେପ୍ଟେମ୍ୱର-ଅକ୍ଟୋବର ବେଳକୁ କୋଭିଡର ତୃତୀୟ ଲହର ଆସିପାରେ’ appeared first on Odisha Reporter.



from Odisha Reporter https://ift.tt/3BtIVp8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages