ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଏନେଇ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ତାଙ୍କୁ ଗିରଫ କରାଯାଇ ନାହିଁ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଜଣେ ୩୦ ବର୍ଷୀୟା ମହିଳା ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। କାମ ପାଇଁ ଯାଇଥିବା ବେଳେ ଭୂଷଣ କୁମାରଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ୨୦୧୭ରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭୂଷଣ କୁମାର ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ତିନି ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଘଟଣା ସଂପର୍କରେ କାହାକୁ କିଛି ନ କହିବାକୁ ବି ସେ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ମୁମ୍ବାଇର ଡିଏନ୍‌ ନଗର ଥାନାରେ ଭୂଷଣ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୪୨୦ ଓ ୫୦୬ ରେ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଭୂଷଣ କୁମାର ଏବେ ମୁମ୍ବାଇରେ ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୮ରେ ଯେତେବେଳେ ବଲିଉଡ୍‌ରେ ‘ମି ଠୁ’ ଅଭିଯାନ ଜୋର ଧରିଥିଲା, ସେତେବେଳେ ମଧ୍ୟ ଭୂଷଣ କୁମାରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଜଣେ ଅଭିନେତ୍ରୀ ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ। ସେ କହିଥିଲେ ସେ ଭୂଷଣ କୁମାରଙ୍କ ଶଯ୍ୟାସଙ୍ଗିନୀ ହେବାକୁ ମନା କରି ଦେବାରୁ ତାଙ୍କୁ ଏକ ଫିଲ୍ମରୁ ଆଉଟ୍ କରି ଦିଆଯାଇଥିଲା। ଏହା ପୂର୍ବରୁ ତାଙ୍କୁ ତିନିଟି ଫିଲ୍ମର ଅଫର ଦିଆଯାଇଥିଲା ବୋଲି ସେ ଦାବି କରିଥିଲେ। ଅବଶ୍ୟ ପରେ ଭୂଷଣ କୁମାର ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

The post ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3klOuQo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages