‘ଘରୋଇ ମେଡିକାଲ ନୁହେଁ, ସରକାରୀ ହସ୍ପିଟାଲରେ କରାନ୍ତୁ ଡେଙ୍ଗୁ ଟେଷ୍ଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

‘ଘରୋଇ ମେଡିକାଲ ନୁହେଁ, ସରକାରୀ ହସ୍ପିଟାଲରେ କରାନ୍ତୁ ଡେଙ୍ଗୁ ଟେଷ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନାର କୋପ ନ କମୁଣୁ ରାଜ୍ୟବାସୀଙ୍କୁ ଡରାଇଲାଣି ଡେଙ୍ଗୁ।  ଜାନୁଆରୀଠାରୁ ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଚଳିତ ମାସରେ ଖୋର୍ଦ୍ଧା ଜିଲ୍ଲାରେ କେବଳ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ବୋଲି କହିଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।  ।

ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଜ୍ୱର ସହ ଗୋଡ଼ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରାଇ ନିଅନ୍ତୁ। ସରକାରୀ ମେଡିକାଲରେ ଟେଷ୍ଟ କରାନ୍ତୁ, ଘରୋଇ ମେଡିକାଲରେ କରନ୍ତୁନି। କ୍ୟାପିଟାଲ, RMRC, AIIMS, ଖୋର୍ଦ୍ଧା ଜିଲ୍ଲା ମେଡିକାଲରେ ଟେଷ୍ଟ କରନ୍ତୁ।

ଏହାବାଦ ଆଜିଠୁ ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେଲା ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କୋୱିନ  ଆପର ସ୍ୱତନ୍ତ୍ର ସାଇଟ୍‌ରେ ପଞ୍ଜୀକରଣ କରିପାରିବେ ଗର୍ଭବତୀ। ରାଜ୍ୟରେ ବର୍ଷକୁ ପ୍ରାୟ ୯ ଲକ୍ଷ ଗର୍ଭବତୀ ପଞ୍ଜୀକୃତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ସାଢ଼େ ୪ ଲକ୍ଷ ଗର୍ଭବତୀଙ୍କୁ ଠାବ କରିହେବ। ଗର୍ଭବତୀଙ୍କୁ ଠାବ କରାଯିବା ସହ ଟିକାକରଣକୁ ତ୍ୱରାନ୍ୱିତ କରାଯିବ।

ଜୀବନ, ଜୀବିକାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନ୍‌ କଟକଣାକୁ କୋହଳ କରିଛନ୍ତି।    ହେଲେ ସବୁ ଦାୟିତ୍ୱ ସରକାରଙ୍କର ନୁହେଁ, କମ୍ୟୁନିଟିର ସହଯୋଗ ମଧ୍ୟ ଦରକାର। ସରକାର ଓ କମ୍ୟୁନିଟି ମିଶିଲେ ଯାଇ ମହାମାରୀକୁ ନିୟନ୍ତ୍ରଣ କରିହେବ। କଟକ, ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି।

କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି। ଆଡମିଶନ, ସିଭିୟରଟି କମିଛି, ସଂକ୍ରମିତ ରୋଗୀ ଗୁରୁତର ହେଉନାହାନ୍ତି। ଆନ୍ତର୍ଜାତିକ ରିପୋର୍ଟରେ ଟିକା ନେବାପରେ ୦.୩% ସଂକ୍ରମିତ ହେଉଛନ୍ତି। ଦ୍ୱିତୀୟ ଡୋଜ ଟିକା ନେବା ପରେ କେହି ଗୁରୁତର ହେଉନାହାନ୍ତି। ଟିକା ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

The post ‘ଘରୋଇ ମେଡିକାଲ ନୁହେଁ, ସରକାରୀ ହସ୍ପିଟାଲରେ କରାନ୍ତୁ ଡେଙ୍ଗୁ ଟେଷ୍ଟ’ appeared first on Odisha Reporter.



from Odisha Reporter https://ift.tt/3ieYUyr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages