ମେସିଙ୍କ କାନ୍ଧରୁ ହଟିଲା ବୋଝ, ୨୮ ବର୍ଷ ପରେ ଟ୍ରଫି ଜିତିଲା ଆର୍ଜେଣ୍ଟିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ମେସିଙ୍କ କାନ୍ଧରୁ ହଟିଲା ବୋଝ, ୨୮ ବର୍ଷ ପରେ ଟ୍ରଫି ଜିତିଲା ଆର୍ଜେଣ୍ଟିନା

ରିଓ ଡି ଜେନେରୋ: କୋପା ଆମେରିକାରେ ଦୁଇ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍ ଶନିବାର (ଭାରତୀୟ ସମୟାନୁସାରେ ରବିବାର ସକାଳେ) ବ୍ରାଜିଲକୁ ୧-୦ ଗୋଲରେ ହରାଇ କୋପା ଆମେରିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଜିତିଛି। ଏଥିସହ ଆର୍ଜେଣ୍ଟିନା ୧୯୯୩ ମସିହା ପରେ ପ୍ରଥମଥର ବଡ଼ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହାସହ ସୁପରଷ୍ଟାର୍ ଫୁଟବଲର ମେସି ପ୍ରଥମଥର ଲାଗି ଜାତୀୟ ଦଳ ପକ୍ଷରୁ କୌଣସି ଟ୍ରଫି ହାତେଇଛନ୍ତି। ତାଙ୍କ କ୍ୟାରିୟରର ଏହି ଗୋଟିଏ ଅଭାବ ଆଜି ପୂରଣ ହୋଇଛି। କୌଣସି ଅନ୍ତର୍ଜାତୀୟ ଫୁଟବଲ୍ ଟ୍ରଫି ନଜିତିବା, ଯେପରି ତାଙ୍କ କାନ୍ଧ ଉପରେ ଏକ ବୋଝ ଭଳି ଥିଲା। କିନ୍ତୁ ଆଜି ଟ୍ରଫି ଜିତିବା ପରେ ତାଙ୍କ ଆଖିରେ ଲୁହ ଝରି ଆସିଥିଲା।

ଆର୍ଜେଣ୍ଟିନା ପାଇଁ ଆଞ୍ଜେଲ୍ ଡି’ ମାରିଆ ମ୍ୟାଚର ୨୨ତମ ମିନିଟରେ ବିଜୟସୂଚକ ଗୋଲ୍ ଦେଇଥିଲେ। ସେ ରୋଡରିଗୋ ଡି’ ପଲଙ୍କ ଠାରୁ ପାସ୍ ପାଇଁ ଏହାକୁ ଗୋଲରେ ପରିଣତ କରିଥିଲେ। ୩୩ ବର୍ଷୀୟ ଏହି ଅଭିଜ୍ଞ ଷ୍ଟ୍ରାଇକର୍ ବ୍ରାଜିଲର ଦୁର୍ବଳ ଡିଫେନ୍ସର ଫାଇଦା ଉଠାଇଥିଲେ ଏବଂ ଗୋଲକିପର ଏଡରସନଙ୍କୁ ଚକମା ଦେଇ ଗୋଲ୍ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ବ୍ରାଜିଲ ବିପକ୍ଷରେ ଏହା ତୃତୀୟ ଗୋଲ୍ ଥିଲା। ନେମାର ଦମଦାର ଡ୍ରିବଲ୍ ଓ ପାସ୍ ଦ୍ୱାରା ବ୍ରାଜିଲକୁ ବରାବର କରାଇବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଆୟୋଜକ ଦଳର ଷ୍ଟ୍ରାଇକର୍ ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କ ଜବରଦସ୍ତ କିପିଂ ଆଗରେ ହାର୍ ମାନିଥିଲେ। କୋଚ୍ ଟେଟେଙ୍କ ବ୍ରାଜିଲ୍ ଟିମ୍ କୋପା ଆମେରିକାର ଶେଷ ପାଞ୍ଚଟି ମୁକାବିଲା ଜିତିଥିଲା ଏବଂ ସବୁ ମ୍ୟାଚରେ ଗୋଲ୍ ଦେବାରେ ସଫଳ ହୋଇଥିଲା। କିନ୍ତୁ ଫାଇନାଲରେ ଟିମ୍ ଗୋଲ୍ କରିବାରେ ବିଫଳ ହେଲା।

ଅନ୍ୟପକ୍ଷରେ ଆଘାତପ୍ରାପ୍ତ ସତ୍ତ୍ୱେ ମଇଦାନକୁ ଓହ୍ଲାଇଥିବା ମେସି ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ ହେଁ, ଟିମର ବିଜୟରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ମେସିଙ୍କ ପାଖରେ ୮୮ତମ ମିନିଟରେ ଗୋଲ୍ କରିବାର ସୁଯୋଗ ଥିଲା, କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ।

 

ଆର୍ଜେଣ୍ଟିନା କୋଚ୍ ଲିଓନେଲ ସ୍କାଲୋନୀ ସେମିଫାଇନାଲରେ କଲମ୍ବିଆକୁ ହରାଇଥିବା ଟିମର ପ୍ରାରମ୍ଭିକ ଏକାଦଶରେ ୫ଟି ପରିବର୍ତ୍ତନ କରିଥିଲେ। ଅନ୍ୟପକ୍ଷରେ ବ୍ରାଜିଲ୍ ତା’ର ଚୂଡ଼ାନ୍ତ ଏକାଧଶରେ କୌଣସି ପରିବର୍ତ୍ତନ କରିନଥିଲା। ଏହି ଟାଇଟଲ୍ ଆର୍ଜେଣ୍ଟିନା ପାଇଁ ବହୁତ ଖାସ। ଆର୍ଜେଣ୍ଟିନା ଶେଷଥର ପାଇଁ ୧୯୯୩ରେ କୋପା ଆମେରିକା ଟାଇଟଲ୍ ଜିତିଥିଲା। ଏହା ପରେ ଆର୍ଜେଣ୍ଟିନା କୌଣସି ଅନ୍ତର୍ଜାତୀୟ ଫୁଟବଲ୍ ଟ୍ରଫି ଜିତିନଥିଲା।

ଆର୍ଜେଣ୍ଟିନା ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଅଭିଯାନ ଶେଷ କରିଛି। ରିଓରେ ଆର୍ଜେଣ୍ଟିନା ତା’ର ୧୫ଶ କୋପା ଆମେରିକା ଟାଇଟଲ୍ ଜିତିଛି। ଏଥିସହ ଆର୍ଜେଣ୍ଟିନା ଉରୁଗୁଏ(୧୫ ଟାଇଟଲ୍)ର ରେକର୍ଡ ସହ ବରାବର କରିନେଇଛି। ବ୍ରାଜିଲ୍ ୯ଥର କୋପା ଆମେରିକାରେ ବିଜୟୀ ହୋଇଛି।

The post ମେସିଙ୍କ କାନ୍ଧରୁ ହଟିଲା ବୋଝ, ୨୮ ବର୍ଷ ପରେ ଟ୍ରଫି ଜିତିଲା ଆର୍ଜେଣ୍ଟିନା appeared first on Odisha Reporter.



from Odisha Reporter https://ift.tt/2U1S8UF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages