କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କାହିଁକି ହାରିଲା ବିଜେପି? ଏହାର କାରଣ କହିଛନ୍ତି ଖୋଦ୍ ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଅଧିକ ଆତ୍ମବିଶ୍ୱାସ ଯୋଗୁ ଦଳ ହାରିଲା ବୋଲି ସେ କହିଛନ୍ତି।
ଶୁଭେନ୍ଦୁ କହିଛନ୍ତି, ନିର୍ବାଚନର ପ୍ରଥମ ଦୁଇ ପର୍ଯ୍ୟାୟ ଭଲ ରହିବା ପରେ ଆମ ଦଳର ଅନେକ ନେତାଙ୍କ ଆତ୍ମବିଶ୍ୱାସ ଆବଶ୍ୟକତା ଠାରୁ ଅଧିକ ହୋଇଯାଇଥିଲା। ଦଳ ୧୭୦ ରୁ ୧୮୦ଟି ଆସନରେ ନିଶ୍ଚିତ ବିଜୟ ହାସଲ କରିବ ବୋଲି ସେମାନେ ଏକ ପ୍ରକାର ସୁନିଶ୍ଚିତ ହୋଇଗଲେ। କିନ୍ତୁ ସେମାନେ ତୃଣମୂଳ ସ୍ତରରେ ସ୍ଥିତି କ’ଣ ଅଛି, ତାହା ଜାଣିବାକୁ ପ୍ରୟାସ କଲେ ନାହିଁ।
ସେ କହିଛନ୍ତି, ଏକ ଲକ୍ଷ୍ୟ ଧାର୍ଯ୍ୟ କଲା ପରେ ସେଥିପାଇଁ ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିବା ବି ବହୁତ ଜରୁରୀ ହୋଇଥାଏ।
ଶୁଭେନ୍ଦୁଙ୍କ ଏହି ମତାମତ ଉପରେ ପ୍ରତିକ୍ରିୟା ରଖି ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ବିଜେପି ନେତାମାନେ ୨୦୦ରୁ ଅଧିକ ଆସନରେ ବିଜୟୀ ହେବେ ବୋଲି ମନେ ମନେ ବିଚାର କରୁଥିଲେ। ତେବେ ସେ (ଶୁଭେନ୍ଦୁ ଅଧିକାର) ଅନ୍ୟମାନଙ୍କୁ କାହିଁକି ଦୋଷ ଦେଉଛନ୍ତି? ସେ କ’ଣ ନିଜେ ବାରମ୍ବାର କହି ନଥିଲେ ଯେ ତାଙ୍କ ଦଳ ଅତିକମ୍ରେ ୧୮୦ଟି ଆସନରେ ବିଜୟୀ ହେବ? ବାସ୍ତବ କଥା ହେଲେ ସେମାନେ ପଶ୍ଚିମବଙ୍ଗବାସୀଙ୍କୁ ବୁଝିବାରେ ଭୁଲ୍ କରିଦେଲେ। ସେହି କାମଟି ତୃଣମୂଳ କଂଗ୍ରେସ କରିବାରେ ସଫଳ ହୋଇଥିଲା।
ଚଳିତ ବର୍ଷ ଏପ୍ରିଲ୍-ମେ’ ମାସରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୭୭ଟି ଆସନ ଜିତିଛି। ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୨୧୩ଟି ଆସନ ଜିତିଛି। ଏହି ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶି ଥିଲେ। ସେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ ଓ ଏଠାରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ।
The post ପଶ୍ଚିମବଙ୍ଗରେ କାହିଁକି ହାରିଲା ବିଜେପି? କାରଣ କହିଲେ ଶୁଭେନ୍ଦୁ ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/3kyWEFg
No comments:
Post a Comment