କ୍ୟାଡର୍‌ ନକ୍ସଲ ଓ ତାଙ୍କ ସହଯୋଗୀ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

କ୍ୟାଡର୍‌ ନକ୍ସଲ ଓ ତାଙ୍କ ସହଯୋଗୀ ଅଟକ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଜଣେ କ୍ୟାଡର ନକ୍ସଲକୁ ବଲାଙ୍ଗିର ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ଏହା ସହିତ ତାଙ୍କର ଜଣେ ସହଯୋଗୀକୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି।

ପୁଲିସ୍ ଏ ସଂପର୍କରେ ବିଶେଷ କିଛି ସୂଚନା ଦେଇ ନଥିଲେ ମଧ୍ୟ ଅଟକ କ୍ୟାଡର ନକ୍ସଲ ଜଣକ କେକେବିଏନ୍‌ର ବୋଲି ଜଣାପଡ଼ିଛି। ସେହିପରି ତା’ ନାଁ ସୁଜନ ବୋଲି କୁହାଯାଉଛି। ଉଭୟ ବଲାଙ୍ଗୀର ଓ କନ୍ଧମାଳ ପୁଲିସ୍ ତାକୁ ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଓ କନ୍ଧମାଳ ସୀମାନ୍ତ ବର୍ତ୍ତି ଗୁଡଭେଲା ଅଞ୍ଚଳରୁ ତାକୁ ଧରାଯାଇଥିଲା। ସେ ତା’ର ଜଣେ ସହଯୋଗୀ ସହିତ କନ୍ଧମାଳରୁ ବଲାଙ୍ଗିର ଜିଲ୍ଲାର ମାଓପ୍ରବଣ ଖପ୍ରାଖୋଲ ଅଞ୍ଚଳକୁ ଯାଉଥିବା ସମୟରେ ବଲାଙ୍ଗିର ପୁଲିସ୍ ହାତରେ ଧରାପଡ଼ିଥିଲା।

ସୂଚନାଯୋଗ୍ୟ, ଗତକାଲି ତିନି ଜଣ ନକ୍ସଲ ଆତ୍ମମସର୍ପଣ କରିଥିଲେ। ଜଣେ ମହିଳାଙ୍କ ସମେତ ଦୁଇ ଜଣ ନକ୍ସଲ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଅନ୍ୟପକ୍ଷରେ ଅନ୍ୟ ଜଣେ ନକ୍ସଲ କୋରାପୁଟରେ ଆତ୍ମସମର୍ପଣ କରିଥିଲେ।

The post କ୍ୟାଡର୍‌ ନକ୍ସଲ ଓ ତାଙ୍କ ସହଯୋଗୀ ଅଟକ appeared first on Odisha Reporter.



from Odisha Reporter https://ift.tt/36JqoH4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages