ସିଂଘମଙ୍କ ହିରୋଇନ୍‌ ହେବେ ଈଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ସିଂଘମଙ୍କ ହିରୋଇନ୍‌ ହେବେ ଈଶା

ମୁମ୍ବାଇ: ପୁଣି ଥରେ କ୍ୟାମେରା ସାମନାକୁ ଫେରିବେ ଡ୍ରିମ୍‌ ଗାର୍ଲ ହେମା ତନୟା ଈଶା ଦେଓଲ। ଦୀର୍ଘ ଦିନ ଧରି ଗ୍ଲାମର ଦୁନିଆରୁ ଦୂରେଇ ଘର ସଂସାରରେ ବ୍ୟସ୍ତ ଥିବା ଈଶା ଏଥର ପୁଣି ଆକ୍ସନ ମୁଡକୁ ଚାଲି ଆସିଛନ୍ତି।  ଏଥର ଦ୍ୱିତୀୟ ଇନିଙ୍ଗସ୍‌ ଆରମ୍ଭ କରିବେ ଈଶା ।  ଏବେ ସେ ବଲିଉଡର ସିଂଘମ ଅଜୟ ଦେବଗନଙ୍କ ହିରୋଇନ୍‌ ପାଲଟିବେ । ଏଥର କିନ୍ତୁ ବଡ଼ ପରଦାରେ ନୁହେଁ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ନିଜ ଜଲୱା ଈଶା ।

ଅଜୟଙ୍କ ଅପକମିଙ୍ଗ ୱେବ ଶୋ’  ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ରେ ଅଜୟଙ୍କ ଅପୋଜିଟରେ ସ୍କ୍ରିନ୍‌ ଶେଆର କରିବେ ଈଶା। ସୋଶାଲ ମିଡିଆରେ ଈଶା ନିଜେ ଏହି ଖବର ଘୋଷଣା କରିଛନ୍ତି।

ଈଶା ଲେଖିଛନ୍ତି-“ ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ରେ ମୁଁ  ଡିଜିଟାଲ ପ୍ଲାଟଫର୍ମରେ ପାଦ  ଥାପିବି। ଏହା ଏକ ୱେବ ସିରିଜ । ମୋର ବହୁ ଫିଲ୍ମର ହିରୋ ଅଜୟ ଦେବଗନ ଏଥିରେ ବି ମୋର କୋ-ଷ୍ଟାର ଭୂମିକାରେ ଅଭିନୟ କରିବେ।”

‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ ଏକ କ୍ରାଇମ୍‌-ଡ୍ରାମା ସିରିଜ ହୋଇଥିବା ବେଳେ ଅଜୟ ଏଥିରେ ଜଣେ ପୁଲିସ୍‌ ଅଫିସର ଭୂମିକାରେ  ନଜର ଆସିବେ।  ଏହି ଶୋ’ର ପ୍ରୋମୋ ଆସି ସାରିଥିବା ବେଳେ ଏଥିରେ ଅଜୟଙ୍କ ଦମଦାର ଲୁକ୍‌କୁ ଦର୍ଶକ ବେଶ୍‌ ପ୍ରଶଂସା କରୁଛନ୍ତି। ଅଜୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରୁଦ୍ରର ପୋଷ୍ଟର ପୋଷ୍ଟ କରିଛନ୍ତି।

ଏହାପୂର୍ବରୁ ଅଜୟ ପ୍ରଡ୍ୟୁସର ହିସାବରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ସାରିଥିବା ବେଳେ ଏଥର ନିଜ ଆକ୍ସନର ଜଲୱା ଦେଖାଇବେ ।  ଏହା ପୂର୍ବରୁ ଅଜୟଙ୍କ ପ୍ରଡକ୍ସନ ହାଉସ୍‌ର ଫିଲ୍ମ ‘ତ୍ରିଭଙ୍ଗ’  ଓ ‘ଦି ବିଗ୍‌ ବୁଲ୍‌’ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇ ସାରିଛି।

ଈଶା୨୦୦୨ ମସିହାରେ ‘କୋଇ ମେରେ ଦିଲ୍‌ ସେ ପୁଛେ’ ଫିଲ୍ମରେ ବଲିଉଡ ଡେବ୍ୟୁ କରିଥିଲେ। ଏହାପରେ ସେ ‘ନା ତୁମ୍‌ ଜାନୋ ନା ହମ୍‌’,  ‘କ୍ୟା ଦିଲ୍‌ ନେ କହା’, ‘କୁଛ ତୋ ହେ’, ଚୁରା ଲିଆ ହେ ତୁମନେ, ଧୁମ୍‌, ୟୁବା, କାଲ, ମେ ଏସା ହି ହୁଁ, ନୋ ଏଣ୍ଟ୍ରି, କ୍ୟାଶ୍‌, ଆଖେଁ ଆଜି ଫିଲ୍ମରେ ଅଭିନୟ କରି ସାରିଛନ୍ତି।

ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୨ କନ୍ୟା ସନ୍ତାନ ଅଛନ୍ତି। ଏଥର ନିଜ ଆକ୍ଟିଂ ଦ୍ୱାରା ଈଶା ଦର୍ଶକଙ୍କ ଦ୍ୱାରା କେତେ ଆଦୃତ ହୋଇପାରୁଛନ୍ତି, ତାହା ଆଗକୁ ଜଣାପଡ଼ିବ।

The post ସିଂଘମଙ୍କ ହିରୋଇନ୍‌ ହେବେ ଈଶା appeared first on Odisha Reporter.



from Odisha Reporter https://ift.tt/3AEuA8Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages