ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ ଘରେ ଚଢ଼ାଉ କରାଯାଇଛି।
ବଲାଙ୍ଗିର ସହରର ପ୍ୟାଲେସ ଲାଇନ୍ ସ୍ଥିତ ତାଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତାଙ୍କର ଦୁଇଟି ନୂଆ ଘର ଉପରେ ଚଢ଼ାଉ ହୋଇଛି। ସେହିପରି ଗଣପତି ପୁରୋହିତଙ୍କ ପତ୍ନୀ ଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କ ସ୍କୁଲ୍ରେ ମଧ୍ୟ ଚଢ଼ାଉ କରାଯାଇଛି।
ଏହି ଚଢ଼ାଉରେ ବଲାଙ୍ଗିର, ସୋନପୁର, ବରଗଡ଼ ଓ ସମ୍ୱଲପୁରର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି। ଗଣପତି ପୁରୋହିତଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ସ୍ଥାବର ଅସ୍ଥାବର ସଂପତ୍ତିକୁ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ଶେଷ ହେବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ବଲାଙ୍ଗିର ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣି କହିଛନ୍ତି।
The post ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ କର୍ମଚାରୀ appeared first on Odisha Reporter.
from Odisha Reporter https://ift.tt/36mUe41
No comments:
Post a Comment