୨୦୨୪ ଯାଏ ସୋନିଆ ସର୍ବେସର୍ବା, ପ୍ରମୁଖ ପଦରେ ରହିବେନି ପ୍ରିୟଙ୍କା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

୨୦୨୪ ଯାଏ ସୋନିଆ ସର୍ବେସର୍ବା, ପ୍ରମୁଖ ପଦରେ ରହିବେନି ପ୍ରିୟଙ୍କା !

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜୀନିତକ ଦଳ କଂଗ୍ରେସର ମୁଖିଆ କିଏ ହେବେ? କେବେ ପୂରଣ ହେବ ଦଳର ପୂର୍ଣ୍ଣ ଅଧ୍ୟକ୍ଷ ପଦ? ଦଳୀୟ ନେତା ଏବଂ ଦଳର ଶୁଭେଚ୍ଛୁ ଦଳକୁ ଆଗକୁ ନେବା ପାଇଁ କିଏ ମଙ୍ଗ ଧରିବେ ସେ ନେଇ ବିଭିନ୍ନ ଆକଳନ କରୁଛନ୍ତି। ହେଲେ ଏହାରି ଭିତରେ ଟାଇମ୍ସ ନାଓ ନ୍ୟୁଜ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ କୁହାଯାଇଛି ୨୦୨୪ ଯାଏ ସୋନିଆ କଂଗ୍ରେସର ହାଇକମାଣ୍ଡ ରହିବେ। ଯେଉଁମାନେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଦଳ କାର୍ଯ୍ୟକାରୀ ସଭାପତିର ଦାୟିତ୍ୱ ଦେଇପାରେ। ମୁଖ୍ୟତଃ ଯୁବ ଚେହେରାଙ୍କୁ ଦଳ ଏହି ଦାୟିତ୍ୱରେ ରଖିବାକୁ ମନସ୍ଥ କରିଥିବା ସୂଚନା ରହିଛି।

ଲୋକସଭା ନିର୍ବାଚନରେ ପରାଜୟ ପାଇଁ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧୀ ୨୦୧୯ ଅଗଷ୍ଟ ୨୪ରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏବେ ସେ ଏହି ପଦରେ ଦୁଇ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ଦଳରେ ଅନେକ ହେବିଓ୍ୱେଟ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ପୂରଣ କରିବାକୁ ଦାବି କରିଛନ୍ତି। ପରେ ଦଳ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ସ୍ଥିର କରିଥିଲା। ହେଲେ କୋଭିଡର ଆଳ ଦେଖାଇ ନିର୍ବାଚନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଯଦିଓ କୋଭିଡ ସଂକ୍ରମଣ ଦୁର୍ବଳ ହୋଇଛି ହେଲେ ସୋନିଆ କିନ୍ତୁ ୨୦୨୪ ଯାଏ ଏହି ପଦରେ ରହିବାକୁ ଇଚ୍ଛା ରଖିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦଳର ଚାରି ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଇଚ୍ଛା ରଖୁଛନ୍ତି। ଏହି ଚାରି ନେତା ବିଭିନ୍ନି ନିଷ୍ପତ୍ତି ନେବାରେ ତାଙ୍କୁ ସହଯୋଗ କରିବେ। ଏହି ଚାରି ନେତା ଗୁଲମ ନବୀ ଆଜାଦ, ସଚିନ ପାଇଲଟ, କୁମାରୀ ଶୈଲଜା, ମୁକୁଲ ଓ୍ୱାସନିକ ଏବଂ ରମେଶ ଚେନ୍ନିଥଳା ବୋଲି ଜଣାପଡ଼ିଛି। କହିରଖୁଛୁ ଗୁଲାମ ହେଉଛି ଜି-୨୩ର ନେତା। ଯିଏକି ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଦଳରେ ଅଣଦେଖା ହୋଇଛନ୍ତି। ସେ ଦଳରେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ଦାବି କରି ସୋନିଆଙ୍କୁ ଚିଠି ଲେଖିଥିଲେ। ଏଥିସହ ଜମ୍ମୁ କଶ୍ମୀରରେ ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏକ ମେଳି କରିଥିଲେ।

ତେବେ ଏବେ ଏହି କାର୍ଯ୍ୟକାରୀ ସଭାପତି ପଦରେ ସୋନିଆଙ୍କ ଝିଅ ପ୍ରିୟଙ୍କା ଭାଡ୍ରା ଗାନ୍ଧୀ ରହିବେ ନାହିଁ ବେଲି କୁହାଯାଉଛି। ଏବେ ସେ ୟୁପି ବିଧାନସଭା ନିର୍ବାଚନ ଉପରେ ଗୁରୁତ୍ୱ ଦେବେ। ଅନ୍ୟପଟେ ରାହୁଲ ଗାନ୍ଧୀ ଦଳୀୟ ସଂଗଠନର ପରିବର୍ତ୍ତନ ଚାହୁଁଥିବା କୁହାଯାଉଛି।

The post ୨୦୨୪ ଯାଏ ସୋନିଆ ସର୍ବେସର୍ବା, ପ୍ରମୁଖ ପଦରେ ରହିବେନି ପ୍ରିୟଙ୍କା ! appeared first on Odisha Reporter.



from Odisha Reporter https://ift.tt/3hPefH3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages