ରାଜ କୁନ୍ଦ୍ରାଙ୍କ ପ୍ଲାନ-ବି’ର ପର୍ଦ୍ଦାଫାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ରାଜ କୁନ୍ଦ୍ରାଙ୍କ ପ୍ଲାନ-ବି’ର ପର୍ଦ୍ଦାଫାସ

ମୁମ୍ବାଇ: ପର୍ଣ୍ଣଗ୍ରାଫି କେସ୍‌ରେ ଫସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦିନକୁ ଦିନ ଅଡୁଆ ବଢ଼ୁଛି। ୨୩ ଯାଏଁ ପୁଲିସ ତାଙ୍କୁ ରିମାଣ୍ଡରେ ନେଇଛି। ଏବେ ରାଜଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ପୁଲିସ। ରାଜ କୁନ୍ଦ୍ରାଙ୍କ ହ୍ୱାଟସ୍‌ଆପ ଚାଟ୍‌ରୁ ନୂଆ ଖୁଲାସା ହୋଇଛି। ଡାର୍ଟି ପିକ୍‌ଚରରେ ମାହିର ରାଜ କୁନ୍ଦ୍ରାଙ୍କ ପ୍ଲାନ ବି’ର ପର୍ଦ୍ଦାଫାସ କରିଛି ପୁଲିସ।

ମୁମ୍ବାଇ ପୁଲିସ ସୂଚନା ମୁତାବକ, ‘ହଟ୍‌ଶଟ୍ ଆପ୍‌’ ବନ୍ଦ ହେବା ପରେ ରାଜ କୁନ୍ଦ୍ରା ପ୍ରଦୀପ ବକ୍ସିିଙ୍କ ସହ ମିଶି ହ୍ୱାଟ୍‌ସଆପ୍‌ରେ ନିଜ ପ୍ଲାନ-ବି’ର ଯୋଜନା କରିଥିଲେ। ରାଜ କୁନ୍ଦ୍ରାଙ୍କ ପୂର୍ବତନ ପିଏ ଉମେଶ କାମତଙ୍କ ମୋବାଇଲ୍ ଯାଂଚ ପରେ ଏହି ଖୁଲାସା ହୋଇଛି।

ରାଜ କୁନ୍ଦ୍ରା ପ୍ରଦୀପ ବକ୍ସିିଙ୍କ ସହ ମିଶି ହ୍ୱାଟ୍‌ସଆପ୍‌ରେ ନିଜ ପ୍ଲାନ-ବି’ର ଯୋଜନା କରିଥିଲେ।

ସାମ୍ନାକୁ ଆସିଥିବା ହ୍ୱାଟସ୍‌ଆପ୍ ଚାଟ୍‌ରେ ଏକ ‘ଏଚ୍‌’ ନାମ ଗ୍ରୁପ ରହିଛି। ଏଥିରେ ପ୍ରଦୀପ ବକ୍ସିି ଗତ ବର୍ଷ ନଭେମ୍ବରରେ ଲେଖିଥିଲେ ହଟ୍‌ଶଟ୍ ଆପ୍‌କୁ ଗୁଗୁଲ ସସ୍‌ପେଣ୍ଡ କରିଦେଇଛି। ଏହାର ପ୍ରତିକ୍ରିୟାରେ ରାଜ କୁନ୍ଦ୍ରା ଲେଖିଛନ୍ତି, କିଛି ଅସୁବିଧା ନାହିଁ ପ୍ଲାନ୍‌-ବି’ ଆରମ୍ଭ ହୋଇଯାଇଛି। ୨ରୁ ୩ ସପ୍ତାହ ମଧ୍ୟରେ ନୂଆ ଆପ୍ଲିକେସନ୍ ଲାଇଭ୍ ହେବ । ରାଜଙ୍କ ଏହି ପ୍ଲାନ୍‌-ବି’ର ନାଁ ବୋଲିଫେମ୍ ଥିଲା।

ସେପଟେ ଉମେଶ କାମତ ଏବଂ ରାଜ କୁନ୍ଦ୍ରାଙ୍କ ଆଉ ଏକ ଚାଟ୍ ସାମ୍ନାକୁ ଆସିଛି। ଏଥିରେ ରାଜ କୁନ୍ଦ୍ରା ତାଙ୍କ ପିଏଙ୍କୁ ଏକ ନ୍ୟୁଜ୍ ଆର୍ଟିକେଲ ପଠାଇଛନ୍ତି। ଏଥିରେ ଲେଖା ଅଛି ପର୍ଣ୍ଣ ଭିଡିଓ ପ୍ରସାରିତ କରୁଥିବା ୭ ଓଟିଟି ପ୍ଲାଟଫର୍ମ ମାଲିକଙ୍କୁ ପୁଲିସ ସମନ ପଠଇପାରେ। ରାଜ କୁନ୍ଦ୍ରା କହିଥିଲେ, ବେଶ୍ ଭଲ ହେଲା ଆମେ ପୂର୍ବରୁ ବୋଲିଫେମ୍‌’ ପ୍ରସ୍ତୁତ କରିଥିଲୁ। ଏଥିରେ ଉମେଶ କହୁଛନ୍ତି, ଆମେ ଅଫିସ ଆସି କଥା ହେବା। ଆମକୁ ଅତ୍ୟଧିକ ବୋଲ୍ଡ ବିଷୟବସ୍ତୁ ହଟାଇ ଦେବା ଉଚିତ।

ଏହାର ଜବାବରେ ରାଜ କହୁଛନ୍ତି, ଏଥିରେ ଆମ ବ୍ୟବସାୟ ଉପରେ ଫରକ ପଡିବ ବୋଲି ମୋତେ ସନ୍ଦେହ ହେଉଛି। ଏହାର ଉତ୍ତରରେ କାମାତ ଲେଖିଛନ୍ତି, ‘ଏହା ଏତେ ଗମ୍ଭୀର ନୁହେଁ। ସେମାନେ କେବଳ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ କହିବେ। ଏହାର ଜବାବରେ କୁନ୍ଦ୍ରା କହିଛନ୍ତି, ଆଗକୁ ଲାଇଭ କଣ୍ଟେଣ୍ଟର ଯୁଗ ଆସୁଛି, କାରଣ ଏଥିରୁ ସ୍କ୍ରିନ୍ ରେକର୍ଡିଂ ହୋଇପାରିବ ନାହିଁ। ଏଥିପାଇଁ ଅଧିକ ଫରକ ମଧ୍ୟ ପଡିବନି । ପୁରୁଣା କଣ୍ଟେଣ୍ଟକୁ ଖୁବ୍‌ଶୀଘ୍ର ବିକ୍ରି କରିଦିଅ।

ମୁମ୍ବାଇ କ୍ରାଇମବ୍ରାଂଚ କହିଛି ଯେ, ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମର ସୁଟିଂ ବନ୍ଦ କରିବାକୁ ଚାହୁଁଥିଲେ। ଏହା ବଦଳରେ ସେ ମଡେଲ ଏବଂ ଅଭିନେତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କଣ୍ଟେଣ୍ଟ ଉପରେ ଜୋର ଦେଉଥିଲେ। ଏହାହିଁ ତାଙ୍କର ପୂର୍ବ ପ୍ରସ୍ତୁତି ଥିଲା, କାରଣ ଅଶ୍ଳୀଲ ଫିଲ୍ମକୁ ୱେବ୍‌ସାଇଟସ୍ ଏବଂ ଆପ୍ସରୁ ହଟାଇ ଦେଇଥିଲେ ମଧ୍ୟ ଲାଇଭ ଷ୍ଟ୍ରିମିଂ ଜାରି ରହିଥା’ନ୍ତା। ଏହା ହିଁ ତାଙ୍କର ପ୍ଲାନ-ବି ଥିଲା ବୋଲି ମୁମ୍ବାଇ କ୍ରାଇମବ୍ରାଂଚ କହିଛି।

The post ରାଜ କୁନ୍ଦ୍ରାଙ୍କ ପ୍ଲାନ-ବି’ର ପର୍ଦ୍ଦାଫାସ appeared first on Odisha Reporter.



from Odisha Reporter https://ift.tt/3eEsaOh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages