ଆସାମରେ ନୂଆ ବିଲ୍, ମନ୍ଦିରରୁ ୫ କିଲୋମିଟର ମଧ୍ୟରେ ହୋଇପାରିବନି ଗୋ ମାଂସ ବିକ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ଆସାମରେ ନୂଆ ବିଲ୍, ମନ୍ଦିରରୁ ୫ କିଲୋମିଟର ମଧ୍ୟରେ ହୋଇପାରିବନି ଗୋ ମାଂସ ବିକ୍ରି

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋମବାର ବିଧାନସଭାରେ ଗୋ ସୁରକ୍ଷା ବିଲ୍, ୨୦୨୧ ଉପସ୍ଥାପନ କରିଛନ୍ତି। ଯାହାର ଉଦ୍ଦେଶ୍ୟ ରାଜ୍ୟରେ ଗୋହତ୍ୟା ଏବଂ ବେଆଇନ୍ ଚାଲାଣକୁ ରୋକିବା। ଏଥିସହ ଯେଉଁଠି ହିନ୍ଦୁ, ଜୈନ ଏବଂ ଶିଖ ଧର୍ମାବଲମ୍ୱୀର ଲୋକେ ବସବାସ କରୁଛନ୍ତି ଏବଂ ସେମାନଙ୍କର ଧର୍ମପୀଠ ରହିଛି ସେଠାରେ କୌଣସି ପ୍ରକାର ଗୋହତ୍ୟା ହୋଇପାରିବ ନାହିଁ ବୋଲି ବିଲରେ ଉଲ୍ଲେଖ ରହିଛି। ତେବେ ବିଲ୍ ଉପସ୍ଥାପନ ବେଳେ ଦର ଦମ ବୃଦ୍ଧି ନେଇ ବିରୋଧୀ ହୋ ହାଲ୍ଲା କରି କକ୍ଷତ୍ୟାଗ କରିଥିଲେ।

ଏହି ବିଲ୍ ବିଧାନସଭାରେ ପାରିତ ହୋଇଛି। ଏହାପରେ ହିନ୍ଦୁ, ଜୈନ, ଶିଖ ଏବଂ ଅନ୍ୟ ଧର୍ମ ଯେଉଁମାନେ ଗୋ ହତ୍ୟା ଏବଂ ଗୋ ମାଂସକୁ ବିରୋଧ କରନ୍ତି; ସେହି ସ୍ଥାନରେ ଗୋହତ୍ୟା ଏବଂ ଚାଲାଣ କରିବା ବେଆଇନ୍। ଏମିତିକି ଏହି ଧର୍ମର ମନ୍ଦିର ଏବଂ ଧର୍ମପୀଠ ଠାରୁ ୫ କିଲୋମିଟର ଭିତରେ କୌଣସି ପ୍ରକାର ଗୋମାଂସ ହୋଇପାରିବନି। ଏମିତିକି ଏହି ପରିଧି ମଧ୍ୟରେ କେହି ବ୍ୟକ୍ତିଗତ ଭାବରେ ମଧ୍ୟ ଗୋ ମାଂସ ବିକ୍ରି କରିପାରିବ ନାହିଁ। ଯଦି ଅଭିଯୋଗ ଆସିବ ତାହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଏହି ଆଇନର ତଦାରଖ କରିବେ ଜଣେ ସବ ଇନସପେକ୍ଟର, ଭେଟେନାରୀ ଡାକ୍ତର ନହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ। ଯେଉଁଠି ଆଇନ୍ ଅନୁଯାୟୀ ବେଆଇନ୍ କାମ ହେଉଥିବାର ପ୍ରମାଣ ପାଇବେ କିମ୍ୱା ସନ୍ଦେହ ରହିବ ତା’ହେଲେ ଏହି ସବୁ ଅଧିକାରୀ ଚଢ଼ାଉ କରିପାରିବେ। ଯେଉଁମାନେ ଗୋମାଂସ ବିକ୍ରି କରିବେ ସେମାନେ ଆଇନ୍ ଅନୁଯାୟୀ ଏକ ଲାଇସେନ୍ସ ନେବେ। ଏଥିପାଇଁ ସ୍ଥାନୀୟ ଭେଟେନାରୀ ଡାକ୍ତର ପ୍ରମାଣପତ୍ର ଯୋଗାଇ ଦେବେ। ଏହି ନିୟମ ଆସାମରେ ଷଣ୍ଡ, ଗାଈ, ବାଛୁରୀ, ବଳଦ, ଅଳ୍ପ ବୟସ୍କ ଗାଈ, ଗର୍ଭୀଣି ଗାଈ, ମଇଁଷିଙ୍କୁ ସୁରକ୍ଷା ଯୋଗାଇବ।

ଯଦି ଜିଲ୍ଲା ଭିତରେ କୌଣସି ବଜାରକୁ ଗାଈ ବିକ୍ରି ପାଇଁ ନିଆଯାଉଥିବ ତାହେଲେ ଅନୁମତି ଆବଶ୍ୟକ ନାହିଁ। ସେହିପରି ଚାଷ ପାଇଁ ଅନ୍ୟତ୍ର ନିଆଯାଉଥିଲେ ଲାଇସେନ୍ସ ନେବାର ଆବଶ୍ୟକତା ନାହିଁ। ଯଦି ଏହି ବେଆଇନ୍ କାମ କରିବା ନେଇ କେହି ଧରାପଡ଼ିବେ ତାହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜାମିନ୍ ବିହିନୀ ଜେଲ ଦଣ୍ଡାଦେଶ ରହିଛି। ସେହିପରି ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡ ଦିଆଯାଇପାରେ। ନୂଆ ନିୟମ ଅନୁଯାୟୀ, ଯଦି ଜଣେ ଦୋଷୀ ଦ୍ୱିତୀୟ ଥର ସମାନ କିମ୍ବା ସମ୍ପୃକ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଦଣ୍ଡ ଦ୍ୱିଗୁଣିତ ହେବ।

The post ଆସାମରେ ନୂଆ ବିଲ୍, ମନ୍ଦିରରୁ ୫ କିଲୋମିଟର ମଧ୍ୟରେ ହୋଇପାରିବନି ଗୋ ମାଂସ ବିକ୍ରି appeared first on Odisha Reporter.



from Odisha Reporter https://ift.tt/2VwpviN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages