ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହାତୁଡ଼ିରେ ପିଟି ମାରି ଦେଲେ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହାତୁଡ଼ିରେ ପିଟି ମାରି ଦେଲେ ଶିକ୍ଷକ

ଯାଜପୁର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହାତୁଡ଼ିରେ ପିଟି ପିଟି ଜଣେ ଶିକ୍ଷକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କୋରେଇ ଥାନା ରଣପୁର ଗାଁରୁ ଆସିଛି ଏହି ଅଭିଯୋଗ।

ମୃତ ଶିକ୍ଷୟିତ୍ରୀଙ୍କ ନାଁ ଦୀପ୍ତିମୟୀ ଜେନା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ଅରୁଣ ଜେନା।

ଆଜି ସକାଳେ ଦୀପ୍ତିମୟୀ ଠାକୁର ପୂଜା କରୁଥିବା ବେଳେ ଅରୁଣ ପଛପଟୁ ଆସି ଏକ ହାତୁଡ଼ିରେ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଗୁରୁତର ଅବସ୍ଥାରେ ଦୀପ୍ତିମୟୀଙ୍କୁ କୋରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି କୁହାଯାଉଛି। ଝିଅ ଜନ୍ମ ହେବା ପରଠାରୁ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ଜଣାପଡ଼ିଛି। ଏପରିକି ଦୀପ୍ତିମୟୀଙ୍କୁ ପୂର୍ବରୁ ଅନେକ ଥର ଅରୁଣ ମାଡ଼ ମାରିଥିବା ତାଙ୍କ ମା’ କହିଛନ୍ତି। ଦୀପ୍ତିମୟୀଙ୍କୁ ସ୍କୁଲ୍ ନଯିବାକୁ ଅରୁଣ ବାରମ୍ବାର କହୁଥିଲେ ବୋଲି ମଧ୍ୟ ସେ କହିଛନ୍ତି।

କୋରେଇ ପୁଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଅରୁଣଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଦୀପ୍ତିମୟୀ ଓ ଅରୁଣ ୧୦ ବର୍ଷ ତଳେ ବାହା ହୋଇଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

The post ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହାତୁଡ଼ିରେ ପିଟି ମାରି ଦେଲେ ଶିକ୍ଷକ appeared first on Odisha Reporter.



from Odisha Reporter https://ift.tt/2U5rB8X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages