ସଇତାନ ସ୍ୱାମୀ; ଛାଡ଼ପତ୍ର ପରେ ମାଲିକ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ସଇତାନ ସ୍ୱାମୀ; ଛାଡ଼ପତ୍ର ପରେ ମାଲିକ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ

ନୀଳଗିରି (ବିଶ୍ୱମ୍ବର ଦାସ): ଅଗ୍ନିକୁ ସାକ୍ଷୀ ରଖି ଯାହାର ମାନସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ  କଥା ଦେଇଥିଲେ, ବିବାହ ବିଚ୍ଛେଦ ପରେ ଅନ୍ୟ ଜଣଙ୍କ ସହିତ ମିଶି ତାକୁ ଦୁଷ୍କର୍ମ କଲେ। ହେଲେ ଏତିକିରେ ରାଗ ଥମି ନଥିଲା। କାହିଁକି ସୁନ୍ଦର ଦେଖାଯାଉଛି କହି ତାଙ୍କୁ ଅଧା ଲଣ୍ଡା ବି କରି ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଅଞ୍ଚଳରେ।

ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଟ୍ରାକ୍ଟର ଚଲାନ୍ତି। ପାରିବାରିକ କଳହରୁ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ୨ ଦିନ ପୂର୍ବେ ରାତି ପ୍ରାୟ ୮ଟାରେ ନିକଟସ୍ଥ ବଜାରରୁ ସେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ନିଜ ମାଲିକ (ତାଙ୍କ ସ୍ୱାମୀ ଯାହାର ଟ୍ରାକ୍ଟର ଚଲାନ୍ତି)ଙ୍କ ସହ ମିଶି ତାଙ୍କୁ ଜବରଦସ୍ତି ଏକ ନିକାଞ୍ଚନ ଜାଗାକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କୁ ଅଧା ଲଣ୍ଡା କରି ଛାଡ଼ି ଦେଇଥିଲେ।

ଏହାର ମୀମାଂସା ପାଇଁ ଗାଁରେ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନ ଥିଲା। ଶେଷରେ ମହିଳା ଜଣଙ୍କ ଏନେଇ ଗତକାଲି ଥାନାକୁ ଯାଇଥିଲେ। ସେଠାକୁ ତାଙ୍କ ସ୍ୱାମୀଙ୍କୁ ଡକାଯାଇଥିବା ବେଳେ କୌଣସି ସମାଧାନର ସୂତ୍ର ବାହାରି ପାରି ନଥିଲା।

ଏନେଇ ଅଭିଯୁକ୍ତ ସ୍ୱାମୀଙ୍କୁ ପଚାରିବାରୁ ଅପହରଣ ଓ ବଳାତ୍କାର ଘଟଣାକୁ ସ୍ୱୀକାର କରି ନ ଥିବା ବେଳେ ଲଣ୍ଡା କରିବା ଘଟଣାକୁ ସ୍ୱୀକାର କରିଛନ୍ତି।  ଲଣ୍ଡା କରିଦେଲେ ସେ ଆଉ କୁଆଡ଼େ ଯାଇପାରିବନି ଓ ତାଙ୍କ ପାଖରେ ରହିବ ଭାବି ଏପରି କରିଥିବା କହିଛନ୍ତି ଅଭିଯୁକ୍ତ ସ୍ୱାମୀ।

ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ବାଲେଶ୍ୱର ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା।  ବଳାତ୍କାର କରିବା ଓ ଲଣ୍ଡା କରିବା ଘୃଣ୍ୟ କାମ । ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍‌ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

The post ସଇତାନ ସ୍ୱାମୀ; ଛାଡ଼ପତ୍ର ପରେ ମାଲିକ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ appeared first on Odisha Reporter.



from Odisha Reporter https://ift.tt/3iTupPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages