ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ବିଭିନ୍ନ ସଂସ୍ଥାର ସର୍ଭେ ଏବଂ ବିଶେଷଜ୍ଞଙ୍କ ଦାବି ଭିନ୍ନ ଭିନ୍ନ ମାସକୁ ଇଙ୍ଗିତ କରୁଛି। ଏଭଳି ସ୍ଥିତିରେ ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ଦେଶରେ କରୋନାର ତୃତୀୟ ଲହର ନେଇ ନୂଆ ସଙ୍କେତ ଦେଇଛି।
ଆଇସିଏମଆର ଏପିଡେମିଓଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜ୍ ବିଭାଗ ମୁଖ୍ୟ ଡାକ୍ତର ସମୀରନ ପଣ୍ଡା ଆଶଙ୍କା କରିଛନ୍ତି ଯେ, ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିଯିବା ସମ୍ଭାବନା ରହିଛି। ତେବେ ଏହା କୋଭିଡର ଦ୍ୱୀତିୟ ଲହର ଭଳି ଏତେଟା ଭୟଙ୍କର ନହୋଇପାରେ ବୋଲି ସେ ଆକଳନ କରିଛନ୍ତି।
ଡାକ୍ତର ସମୀରନ ଏହା ମଧ୍ୟ କହିଛନ୍ତି ଯେ, କରୋନାରୁ ସୁସ୍ଥ ହୋଇ ଶରୀରରେ ତିଆରି ହୋଇଥିବା ଇମ୍ୟୁନିଟିକୁ ବି ମହାମାରୀର ନୂଆ ଭାରିଆଣ୍ଟ ମାତ୍ ଦେଇପାରେ। ଏବଂ ଯଦି ଏଭଳି ହୁଏ ତେବେ ପୁଣି ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ସମ୍ଭାବନା ରହିଥିବା ସେ ଆଶଙ୍କା କରିଛନ୍ତି।
ଡାକ୍ତର ସମୀନରନ ପଣ୍ଡା ଏହା ମଧ୍ୟ ଆଶଙ୍କା କରିଛନ୍ତି ଯେ, କରୋନାର ତୃତୀୟ ଲହରରେ ଡେଲଟା ପ୍ଲସ୍ ଭାରିଆଣ୍ଟର ବଡ ଭୂମିକା ରହିବ ନାହିଁ । କୋଭିଡର ଏହି ନୂଆ ମ୍ୟୁଟେସନ୍ ଲୋକଙ୍କ ଜୀବନ ପ୍ରତି ବଡ ବିପଦ ସୃଷ୍ଟି କରିନପାରେ।
କିଛି ଦିନ ପୂର୍ବରୁ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ କହିଥିଲେ ଯେ, ଲୋକଙ୍କ ଦେହରେ କମ୍ ରୋଗ ପ୍ରତିରୋଧକ କ୍ଷମତା ମହାମାରୀର ତୃତୀୟ ଲହର ଆଣିବା ସମ୍ଭାବନା ଅଧିକ। ଏଥିସହ କରୋନାର ନୂଆ ନୂଆ ଭାରିଆଣ୍ଟ ଦେଶରେ ତୃତୀୟ ଲହରର ବାହକ ସାଜିପାରେ ବୋଲି ଡାକ୍ତର ଗୁଲେରିଆ ସତର୍କ କରାଇଥିଲେ।
The post ‘ଅଗଷ୍ଟ ଶେଷରେ ଆସିପାରେ କରୋନାର ତୃତୀୟ ଲହର’ appeared first on Odisha Reporter.
from Odisha Reporter https://ift.tt/3wQ0OLu
No comments:
Post a Comment