ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଟିଏମ୍ରୁ ଟଙ୍କା ଉଠାଉଥିବା ୨ ଯୁବତୀଙ୍କଠାରୁ ପର୍ସ ଝାମ୍ପି ନେଲେ ଲୁଟେରା। ଉକ୍ତ ପର୍ସରେ ୪୦ ହଜାର ଟଙ୍କା ଥିବା ଜଣାଯାଇଛି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ସୂଚନାଯୋଗ୍ୟ, ଗତ ୬ ତାରିଖ ରାତିରେ ନୀଳାଦ୍ରି ବିହାର ସ୍ଥିତ ଏକ ଏଟିଏମ୍ରୁ ୨ ଯୁବତୀ ଟଙ୍କା ଉଠାଉଥିବା ବେଳେ ଏହି ଘଟଣା ଘଟିଛି। ପର୍ସ ଭିତରେ ୪୦ ହଜାର ଟଙ୍କା ଥିଲା। ଦୁଇ ଜଣ ଯୁବକ ଉକ୍ତ ଏଟିଏମ୍ ନିକଟରେ ବାଇକ୍ରେ ପହଞ୍ଚିଥିଲେ। ଜଣେ ବାଇକ୍ ଉପରେ ବସିଥିଲେ । ଅନ୍ୟ ଜଣେ ଭିତରେ ପଶି ଯୁବତୀଙ୍କ ଅଲକ୍ଷ୍ୟରେ ତାଙ୍କୁ ହାତରୁ ପର୍ସ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ।
ଯୁବତୀଦ୍ୱୟ ଲୁଟେରାଙ୍କ ପିଛା କରି ବି ଧରି ପାରି ନ ଥିଲେ । ଏନେଇ ସେମାନେ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଜଣେ ଲୁଟେରାକୁ କାବୁ କରିଛି। ତ’ ଘର ଉତ୍ତର ପ୍ରଦେଶରେ ବୋଲି ଜଣା ପଡ଼ିଛି। ଅଭିଯୁକ୍ତଜଣକ ପୂର୍ବରୁ ମଧ୍ୟ ଏପରି ଏକ ଘଟଣାରେ ସମ୍ପୃକ୍ତ ଥିବା ଖୋଳତାଡ଼ରୁ ଜଣାପଡ଼ିଛି।
The post ଏଟିଏମ୍ରୁ ଟଙ୍କା ଉଠାଉଥିଲେ, ୪୦ ହଜାର ଝାମ୍ପି ନେଲା ଲୁଟେରା appeared first on Odisha Reporter.
from Odisha Reporter https://ift.tt/3rc4Xbk
No comments:
Post a Comment