ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ବର୍ତ୍ତମାନ କୁନ୍ଦ୍ରା ଏବଂ ତାଙ୍କ ଡାହାଣ ହାତ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଉମେଶ କାମତ ପୋଲିସ ହେପାଜତରେ ଅଛନ୍ତି। ଏହି ମାମଲାର ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର। ଖାଲି ସେତିକି ନୁହେଁ, ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ବି ଲାଗିଛି ତଦନ୍ତକାରୀ ଟିମ୍ ହାତରେ।
କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ୟୁକେର ପ୍ରଯୋଜନା କମ୍ପାନୀ କେନରିନ୍କୁ ପଠାଯାଇଥିବା ଭିଡିଓ ବାବଦରେ ସେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ରାଜ କୁନ୍ଦ୍ରା। ତେବେ ତାଙ୍କ ଘରୁ ଜବତ ହୋଇଥିବା ସର୍ଭରକୁ ଫରେନସିକ୍ ଯାଂଚ୍ ପାଇଁ ପଠାଯାଇଛି। ଏଥିରୁ ସ୍ପଷ୍ଟ ହେବ ଯେ, ୟୁକେ କମ୍ପାନୀକୁ ପଠାଯାଇଥିବା ଭିଡିଓ ଏହି ସର୍ଭରରୁ ପଠାଯାଇଛି କି। ସେପଟେ ପଟରାଉଚରା ବେଳେ କିନ୍ତୁ ରାଜ ବାରମ୍ବାର କହିଆସୁଛନ୍ତି ଯେ, ସେ ପର୍ଣ୍ଣ ଫିଲ୍ମ ନିର୍ମାଣ କରୁନଥିଲେ ବରଂ ଅନ୍ୟ ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା ଯୌନ ଉଦ୍ଦୀପକ ଭିଡିଓ ତିଆରି କରୁଥିଲେ।
କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଜବତ ହୋଇଥିବା ଅଶ୍ଳୀଳ ଭିଡିଓ ଗୁଡିକ ଅଲଗା ଅଲଗା ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି। ହଟ୍ ସଟ୍ ଆପ୍ରେ ଅପଲୋଡ୍ କରାଯାଇଥିବା ୨୦ରୁ ୩୦ ମିନିଟ୍ ଅବଧିର ୯୦ଟି ଭିଡିଓକୁ ଜବତ କରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ।
The post କ୍ରାଇମବ୍ରାଞ୍ଚ ହାତରେ ରାଜ କୁନ୍ଦ୍ରାଙ୍କ ସର୍ଭର, ୭୦ଟି ପର୍ଣ୍ଣ ଭିଡିଓ ଜବତ appeared first on Odisha Reporter.
from Odisha Reporter https://ift.tt/3kMU1j4
No comments:
Post a Comment