ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଜଣେ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସଂପୃକ୍ତ ଖେଳାଳି ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି। ଖେଳାଳି ଜଣଙ୍କ ଇଂଲଣ୍ଡରେ ତାଙ୍କ ସମ୍ପର୍କୀୟଙ୍କ ଘରେ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସେହି ଖେଳାଳିଙ୍କ ଗଳାରେ ସମସ୍ୟା ଦେଖାଦେଇଥିଲା। ପରେ ସେ କୋଭିଡ ପରୀକ୍ଷା କରାଇଥିଲେ। ଏବେ ସେହି ଖେଳାଳିଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଖେଳାଳି ବି ହୋମ୍ ଆଇସୋଲେସନରେ ରହିଥିବା ସୂଚନା ରହିଛି। ତିନି ଦିନିଆ ହୋମ୍ ଆଇସୋଲେଶନ ଶେଷ କରିବା ପରେ ସେମାନଙ୍କର କୋଭିଡ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରହିବ ତାହେଲେ ପ୍ରାକ୍ଟିସ କରିବାକୁ ଅନୁମତି ମିଳିବ। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଜଣାପଡ଼ିନି। ବିସିସିଆଇ ଖୁବଶୀଘ୍ର ସେମାନଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ବୁଧବାର ବସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କୋଲକାତା ଯାଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ। ଏହି ଭେଟଘାଟ ବେଳେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ‘ଇଣ୍ଡିଆନ୍ ଏକ୍ସପ୍ରେସ’ ଦାବି କରିଛି। ହେଲେ କ’ଣ ଆଲୋଚନା କରିଛନ୍ତି ସେ ବାବଦରେ ଉଭୟ ନିରବ ରହିଥିବା ଜଣାପଡ଼ିଛି।
ତେବେ ଖବର ସରବରାହ ସଂସ୍ଥା ଏନଆଇର ରିପୋର୍ଟ ଅନୁଯାୟୀ ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଜଣଙ୍କ ପାଖରେ କୋଭିଡର ଲକ୍ଷଣ ରହିଥିବା ବେଳେ ଅନ୍ୟ ଜଣଙ୍କ ପାଖରେ କୋଭିଡର ଲକ୍ଷଣ ନାହିଁ। ଉଭୟ ସୁସ୍ଥ ରହିଛନ୍ତି। ଏଥିସହ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କୋଭିଶିଲ୍ଡ ଟିକା ନେଇଥିବା ଜଣାପଡ଼ିଛି। ବ୍ରିଟନରେ ଏବେ କୋଭିଡ ସଂକ୍ରମଣ ବଢ଼ିଛି। ହେଲେ ଆରୋଗ୍ୟ ସଂଖ୍ୟା ମୃତକଙ୍କ ତୁଳନାରେ ଅଧିକ ରହିଛି। ଯେଉଁମାନେ ସଂକ୍ରମିତ ହେଉଛନ୍ତି ଅଧିକାଂଶଙ୍କ ପାଖରେ ଡେଲଟା ଭାରିଆଣ୍ଟ ରହିଥିବା ସୂଚନା ରହିଛି।
ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ଜଣାପଡ଼ିଛି। ମୋଟ୍ ୨୩ ଜଣ ଖେଳାଳି ଇଲଂଣ୍ଡ ଗସ୍ତରେ ରହିଛନ୍ତି। ସମସ୍ତ ଖେଳାଳିଙ୍କୁ ଜନ ଗହଳି ସ୍ଥାନକୁ ନଯିବାକୁ ବିସିସିଆଇର ସେକ୍ରେଟେରୀ ଜୟ ଶାହ ଏକ ଇ-ମେଲ ଜରିଆରେ ସମସ୍ତ ଖେଳାଳି ଏବଂ କ୍ରିଉ ସଦସ୍ୟଙ୍କୁ କହିଥିବା ସୂଚନା ରହିଛି।
The post ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଜଣେ ଖେଳାଳି କରୋନାରେ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3raGymh
No comments:
Post a Comment