‘ତୁମେ କ’ଣ ଦବଙ୍ଗଗିରି ଦେଖାଇ ଷ୍ଟାଇଲ ମାରି ଆସିବ’, ଏପରି ଗର୍ଜନ ଶୁଣି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

‘ତୁମେ କ’ଣ ଦବଙ୍ଗଗିରି ଦେଖାଇ ଷ୍ଟାଇଲ ମାରି ଆସିବ’, ଏପରି ଗର୍ଜନ ଶୁଣି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):“ତୁମେ କ’ଣ ଦବଙ୍ଗଗିରି ଦେଖାଇ ଆସିବ। ଷ୍ଟାଇଲ ମାରି ଗାଡ଼ି ଅଟକାଇବ। ମୋ ଛୁଆ ଯେଉଁଠି ବସିଛି, ସେହି କାଚକୁ ବାଡ଼େଇବ। ମୋ ଛୁଆର କ’ଣ ହୋଇଥିଲେ କିଏ ଦାୟୀ ହୋଇଥାନ୍ତା।” ଗତକାଲି ବ୍ରହ୍ମପୁର ସହରର ବିଚ ରାସ୍ତା ଉପରେ ଏକ ପରିବାର ଲୋକ ଏପରି ଗର୍ଜନ କରୁଥିବା ବେଳେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ ଅବକାରୀ କର୍ମଚାରୀ।  ସେମାନେ ପାଇଥିବା ଭୁଲ୍‌ ସୂଚନା ଯୋଗୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାନମୁଣ୍ଡ ଆଉଁଷି ପରିସ୍ଥିତି ସମ୍ଭାଳିବାକୁ ଯଥାସମ୍ଭବ ଲାଗି ପଡ଼ିଥିଲେ ଉପରିସ୍ଥ ଅଧିକାରୀ।

ଘଟଣା ଥିଲା କିଛି ଏମିତି । କୋରାପୁଟରୁ ଆସୁଥିବା ଏକ ସ୍କର୍ପିଓରେ ଗଞ୍ଜେଇ  ଥିବା ସୂଚନା ପାଇ ଗତକାଲି ଦଳବଳ ହୋଇ ଗାଡ଼ିକୁ ଅଟକାଇ ତଲାସି କରିଥିଲେ ଅବକାରୀ ଟିମ୍ । ଉକ୍ତ ଗାଡ଼ିରେ ଜଣେ ମହିଳା ତାଙ୍କ ଶିଶୁ , ଭାଇ, ବାପା କୋରାପୁଟରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଏହି ସମୟରେ କିଛି ଅବକାରୀ ଅଧିକାରୀ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ତେବେ ଅଭିଯୋଗ ଅନୁସାରେ ଏହି ସମୟରେ ଅବକାରୀ କର୍ମଚାରୀ କାର୍‌ର କାଚକୁ ବାଡ଼େଇଥିଲେ । ଫଳରେ ସେହି ପଟେ ବସିଥିବା ମହିଳାଙ୍କ ଶିଶୁ ଦେହରେ ଆଘାତ ଲାଗିଥିଲା ।  କାର୍‌କୁ ଅଟକାଇ  ଯାଞ୍ଚ କରିବା  ପରେ ବି ଅବକାରୀ ଟିମ୍‌ କୌଣସି ସାମଗ୍ରୀ ପାଇ ନଥିଲେ । ଏହି ଘଟଣାକୁ ସ୍ୱିକାର କରିଛନ୍ତି ଅବକାରୀ ଟିମ୍ ।

ଯେଉଁ ସୂଚନା ଆଧାରରେ ତଲାସି କରିଥିଲେ ତାହା  ଭୁଲ ପ୍ରମାଣିତ ହୋଇଥିଲା । ଗାଡ଼ିକୁ ତନ୍ନ ତନ୍ନ କରିବା ପରେ ବି ଗଞ୍ଜେଇର ଗନ୍ଧ ବି ପାଇଲେ ନାହିଁ।  ପରିସ୍ଥିତି ଏପରି ହୋଇଥିଲା କାର୍‌ରେ ଥିବା ମହିଳା ଓ ଯାତ୍ରୀ ଅବକାରୀ ଅଧିକାରୀଙ୍କୁ ରାସ୍ତା ଉପରେ ଘେରିଥିଲେ । କାର୍‌ରେ ଗଞ୍ଜେଇ ଥିବା ସୂଚନା ଭୁଲ ପ୍ରମାଣିତ ହୋଇଥିବା ଯୋଗୁଁ ଏଭଳି ହୋଇଛି ବୋଲି ଅବକାରୀ ଅଧିକାରୀ କହିଛନ୍ତି ।

ଏନେଇ ମହିଳାଜଣକ କହିଛନ୍ତି, ମୁଁ କୋରାପୁଟରୁ ଭୁବନେଶ୍ୱର ମୋ ଶାଶୁ ଘରକୁ ଯାଉଥିଲି।  ମୋ ବାପା, ଭାଇ ମୋ ସହ  ଆସିଥିଲେ। ଅବକାରୀ ଗାଡ଼ି ଆମ ପିଛା କରିବାରୁ ଆମେ ଗାଡ଼ି ଅଟକାଇ ଦେଇଥିଲୁ। ସେମାନେ କିନ୍ତୁ ଆସି ଜୋରରେ କାଚକୁ ବାଡ଼େଇଲେ । ମୋ ପୁଅ ଯେଉଁ ପଟରେ ବସିଛି, ସେହି କାଚକୁ ବାଡ଼େଇବାକୁ ମୋ ପୁଅ ନାକ ଆଘାତ ପାଇଛି। ମୋ ଭାଇ କଲର ଧରି ବାହାରକୁ ଟାଣି ଆଣିଲେ।  ମୋ କାନରେ କାଚ ପଶିଛି।

ଏନେଇ ଅବକାରୀ ଏଏସଆଇ କହିଛନ୍ତି, କୋରାପୁଟରୁ ଗଞ୍ଜେଇ ଆସୁଛି ବୋଲି ସୂଚନା ପାଇଥିଲୁ। ଷ୍ଟାଫମାନେ ଜଗିଥିଲେ। ଯେଉଁ ଗାଡ଼ି ନମ୍ବର ଥିଲା, ସେଥିରେ କିଛି ଜିନିଷ ନ ଥିଲା। ଦୁର୍ଭାଗ୍ୟବଶତଃ ଏପରି ଘଟଣା ଘଟିଗଲା। ଆମେ ସମାଧାନ କରିବାକୁ ଚେଷ୍ଟା କରୁଛି।

The post ‘ତୁମେ କ’ଣ ଦବଙ୍ଗଗିରି ଦେଖାଇ ଷ୍ଟାଇଲ ମାରି ଆସିବ’, ଏପରି ଗର୍ଜନ ଶୁଣି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/3yVZ2tB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages