ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଯାହାକୁ ବୋହୂ କରି ଦିନେ ଘରକୁ ଆଣିଥିଲେ ସେହି ବୋହୂ ହିଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ପିଟିଲା। ପୁଅ ଚାଲିଯିବା ପରେ ନିଜ ଝିଅ ଘରେ ରହୁଥିବା ମା’ ଥରେ ନିଜ ଘରକୁ ଚାଲି ଆସିଥିବା ବେଳେ ନିସ୍ତୁକ ମାଡ଼ ମାରିଛି ବୋହୂ। ପରିଣତ ବୟସରେ ବୋହୂ ସେବା ମିଳିବା ବଦଳରେ ମିଳିଲା ମାଡ଼। ଏପରି ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ୍ କିନ୍ତୁ ଅଭିଯୋଗ ରଖିବାକୁ ମନା କରିଦେଇଥିବା କହିଛନ୍ତି ବୃଦ୍ଧା । ବଲାଙ୍ଗିର ସହର ବରପାଲିପଡ଼ାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା।
ସୂଚନା ଅନୁସାରେ ବରପାଲିପଡ଼ାର ସାବିତ୍ରୀ ରାଉତ, ବଡ଼ ପୁଅର ମୃତ୍ୟୁ ପରେ ଝିଅ ଘରେ ରହି ଆସୁଛନ୍ତି । ତାଙ୍କର କିଛି ଜିନିଷ ଘରେ ରହିଯାଇଥିବାରୁ ସେସବୁକୁ ଆଣିବାକୁ ଘରକୁ ଯାଇଥିଲେ । ଏହି ସମୟରେ ବୋହୁ ମଂଜୁଲତା ହଠାତ ସାବିତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । କେବଳ ଏତିକି ନୁହେଁ, ମଂଜୁଲତା କିଛି ସହଯୋଗୀ ମହିଳାଙ୍କୁ ଗୁଣ୍ଡା ଭାବରେ ଆଣି ଶାଶୁ ସାବିତ୍ରୀଙ୍କୁ ବି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ମଂଜୁଲତା ଶାଶୁଙ୍କୁ ଘୋଷାଡି ଘୋଷାଡି ନିସ୍ତୁକ ମାଡ଼ ମାରୁଥିବା ବେଳେ ମୁକୁଳିବାକୁ ଚେଷ୍ଟା କରି ବି ସଫଳ ପାରୁନାହାନ୍ତି ସାବିତ୍ରୀ। ବୋହୂର ନିର୍ଯାତନା ନେଇ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରିଛନ୍ତି ସାବିତ୍ରୀ । ତେବେ ଅଭିଯୋଗ ପୋଲିସ ରଖିନଥିବା ସେ କହିଛନ୍ତି ନ୍ୟାୟ ଲାଗି ସେ ଏସ୍ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
The post ଯାହାକୁ ବୋହୂ କରି ଆଣିଥିଲେ ସେ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ପିଟିଲା appeared first on Odisha Reporter.
from Odisha Reporter https://ift.tt/3elcQ92
No comments:
Post a Comment