ଜମ୍ମୁ ସୀମାରେ ପୁଣି ଉଡିଲା ଡ୍ରୋନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ଜମ୍ମୁ ସୀମାରେ ପୁଣି ଉଡିଲା ଡ୍ରୋନ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୀମାରେ ପୁଣି ଉଡିଲା ଡ୍ରୋନ । ଶୁକ୍ରବାର ଜମ୍ମୁ ଓ ସାମ୍ବା ଆଦି ଅଞ୍ଚଳରେ ୪ଟି ସଂଦିଗ୍ଧ ଡ୍ରୋନ ଉଡ଼ୁଥିବା ସୁରକ୍ଷା ବାହିନୀ ପକ୍ଷରୁ ଠାବ କରାଯାଇଛି । ଗତକାଲି ଜମ୍ମୁ ବାୟୁସେନା ଘାଟି ଉପରେ ଉଡ଼ୁଥିବା ଏକ ଡ୍ରୋନକୁ ସୁରକ୍ଷାବାହିନୀ ଗୁଳିକରି ଖସାଇବା ପରେ ଆଜି ଏହି ଘଟଣା ସୁରକ୍ଷାବାହିନୀର ଚିନ୍ତା ବଢାଇଦେଇଛି । ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସୂଚନା ମୁତାବକ, ରତି ୮ଟା ୧୦ ମିନିଟ୍‌ରେ ମୀରସାହବରେ, ୮ଟା ୩୦ରେ ନନ୍ଦପୁରରେ, ୮ଟା ୪୦ରେ ହୀରା ନଗରରେ ଏବଂ ୯ଟାରେ ଜାମ୍ମୁର ସତବାରୀରେ ଉଡ଼ୁଥିବା ଦେଖାଯାଇଥିଲା ।

ଗତ କିଛି ଦିନ ହେବ ପାକିସ୍ତାନ ସଲଗ୍ନ ସୀମାରେ ଲଗାତର ଡ୍ରୋନ୍ ମୁଭମେଣ୍ଟ ଦେଖିବାକୁ ମିଳୁଛି । ଗୁୁରୁବାର ଦିନ ଏଲ୍‌ଓସି ନିକଟସ୍ଥ ଭାରତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ପଶିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେନା ପକ୍ଷରୁ ତା’ ଉପରକୁ ଗୁଳିମାଡ କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପଲ୍ଲନୱାକା ସେକ୍ଟରରେ ଏହି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା।

ଗତ ମାସରେ ପାକିସ୍ତାନୀ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ଜମ୍ମୁସ୍ଥିତ ବାୟୁସେନା ଘାଟିରେ ବିସ୍ଫୋରଣ କରିଥି୍ଲେ। ୧୯ଦିନ ପରେ ୮ଥର ପାଇଁ ପୁଣି ୪ଟି ଡ୍ରୋନ୍‌ ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଙ୍ଗଳବାର ରାତିରେ ଜାମ୍ମୁର ଅନ୍ତରାଷ୍ଟ୍ରୀୟ ସୀମା ପାଖାପାଖି ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ପାଇଥିଲେ ବିଏସ୍‌ଏଫ୍‌ ଯବାନ ।

 

The post ଜମ୍ମୁ ସୀମାରେ ପୁଣି ଉଡିଲା ଡ୍ରୋନ appeared first on Odisha Reporter.



from Odisha Reporter https://ift.tt/3ifTUcZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages