ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଲଲର ‘ଚିକେନ ଚଙ୍ଗେଜି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 2, 2021

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଲଲର ‘ଚିକେନ ଚଙ୍ଗେଜି’

ଆବଶ୍ୟକ ସାମଗ୍ରୀ: ଚିକେନ, କ୍ଷୀର, ଦହି, ମିଲ୍କ କ୍ରିମ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କସ୍ତୁରୀ ମେଥି,  ପିଆଜ, ଅଦା, ରସୁଣ, ଟମାଟୋ, ଚାଟ ମସଲା, କଞ୍ଚାଲଙ୍କା, ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଦହି ନେଇ ତାହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସେଥିରେ ଅଦା, ରସୁଣ ପେଷ୍ଟ, ଲୁଣ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏବେ ସେଥିରେ ଚିକେନ ପକାଇ ଭଲ ଭାବେ ମ୍ୟାରିନେଟ କରି ଫ୍ରିଜରେ ଅଧ ଘଣ୍ଟା ପାଇଁ ରଖି ଦିଅନ୍ତୁ।

ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ମିଡିୟମ ଆଞ୍ଚରେ ଚିକେନକୁ ଫ୍ରାଏ କରି ଦିଅନ୍ତୁ। ଏହାପରେ ଚିକେନ୍‌କୁ ବାହାର କରି ପ୍ୟାନ୍‌ରେ ଆଉ କିଛି ତେଲ ନିଅନ୍ତୁ।  ସେଥିରେ ପିଆଜ ପେଷ୍ଟକୁ ପକାଇ କିଛି ସମୟ କଷନ୍ତୁ। ଏହାପରେ ସେଥିରେ ଟମାଟୋ ପେଷ୍ଟ,  ଅଦାରସୁଣ , ଲୁଣ, ଧନିଆ ପାଉଡ଼ର,  ଭଜା ଜିରା ପାଉଡର, ଗରମ ମସଲା, ଲଙ୍କା ଗୁଣ୍ଡ ପକାଇ ଭାଲ ଭାବେ ଘାଣ୍ଟନ୍ତୁ। ଗ୍ୟାସ୍‌କୁ ସିମ୍‌ କରି ମସଲାକୁ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ତେଲ ଉପରକୁ ଆସିଲେ ସେଥରେ କ୍ଷୀର ପକାଇ ଭଲ ଭାବେ ଘାଣ୍ଟନ୍ତୁ।  ଏହାପରେ ସେଥିରେ ଫ୍ରାଏ ହୋଇଥିବା ଚିକେନ ପକାଇ ଏହାକୁ ସିମ୍‌ କରି ଘୋଡ଼ାଇ ଦିଅନ୍ତୁ।

ପରେ ସେଥିରେ କସ୍ତୁରୀ ମେଥି, ଚାର୍ଟ ମସାଲା, କ୍ରିମ୍‌ ପକାଇ ଘାଣ୍ଟନ୍ତୁ।  କିଛି ସମୟ ପରେ ସେଥିରେ କଞ୍ଚା ଲଙ୍କା ପକାଇ ଗୋଳାଇ ଦିଅନ୍ତୁ। ଏବେ ତାହାକୁ ଏକ ବାଉଲରେ ସର୍ଭ କରନ୍ତୁ। ଗରମାଗରମ ରୁଟି କିମ୍ବା ନାନ ସହ ଏହାର ମଜା ନେଇପାରିବେ।

The post ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଲଲର ‘ଚିକେନ ଚଙ୍ଗେଜି’ appeared first on Odisha Reporter.



from Odisha Reporter https://ift.tt/3dAX9dq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages