ବାବୁ.. ସୋନା… ଡାକି ବାହାରେ କାନ୍ଦୁଛି ଗାର୍ଲଫ୍ରେଣ୍ଡ, ଭିତରେ ବାହା ହେଉଛି ବୟଫ୍ରେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ବାବୁ.. ସୋନା… ଡାକି ବାହାରେ କାନ୍ଦୁଛି ଗାର୍ଲଫ୍ରେଣ୍ଡ, ଭିତରେ ବାହା ହେଉଛି ବୟଫ୍ରେଣ୍ଡ

ଭୋପାଳ: ବିବାହ ମଣ୍ଡପ ଭିତରେ ରୀତିନୀତିରେ ଚାଲିଥିଲା ବାହାଘର। ସମ୍ପର୍କୀୟ, ସାଙ୍ଗ ଓ ବନ୍ଧୁ ବାନ୍ଧବଙ୍କ ଭିଡ ଭିତରେ ସାତ ଫେରା ନେଉଥିଲେ ବର-କନିଆ। ହେଲେ ମଣ୍ଡପ ବାହାରେ ଶୁଭୁଥିଲା ଜଣେ ଯୁୂବତୀଙ୍କ ଚିତ୍କାର। କାନ୍ଦି କାନ୍ଦି କହୁଥିଲା, ବାବୁ.. ସୋନା ..ତମେ ବାହା ହୁଅନା।

କେତେବେଳେ ବନ୍ଦ ଗେଟ୍‌ରେ ମୁଣ୍ଡ ପିଟୁଥିଲା ତ ଆଉ କେତେବେଳେ ତଳେ ଗଡୁଥିଲା। ଗେଟ୍ ଖୋଲିବାକୁ ସୁରକ୍ଷାକର୍ମୀଙ୍କୁ ବାରମ୍ବାର ନେହୁରା ହେଉଥିଲା ଯୁବତୀ ଜଣକ। ହେଲେ ସୁରକ୍ଷାକର୍ମୀ ଶୁଣିବାକୁ ନାରାଜ । ଯୁବତୀ ନିଜ ମୋବାଇଲରେ ବାହା ହେଉଥିବା ପ୍ରେମିକକୁ ବାରମ୍ବାର କଲ୍ ବି କରୁଥିଲା। ହେଲେ ଫୋନ୍ ଉଠାଉନଥିଲା ପ୍ରେମିକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ହେରଙ୍ଗାବାଦରେ।

ଯୁବତୀ ଜଣଙ୍କର କହିବାନୁସାରେ , ୩ ବର୍ଷ ହେଲା ସେ ଓ ସଂପୃକ୍ତ ଯୁବକଙ୍କୁ ପ୍ରେମ କରୁଥିଲେ। ଏପରିକି ଉଭୟ ଲିଭ୍ ଇନ୍ ରିଲେସନସିପରେ ମଧ୍ୟ ଥିଲେ। ଉଭୟ ଯୁବତୀ ଏବଂ ଯୁବକ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ହେଲେ ଏବେ ଯୁବତୀଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରୁଥିଲା ପ୍ରେମିକ। ଆଉ ନିଜ ପ୍ରେମିକର ବିବାହ ଖବର ପାଇ ମଣ୍ଡପରେ ପହଁଚିଥିଲେ ଯୁବତୀ।

ସୁରକ୍ଷାକର୍ମୀ ଭିତରକୁ ନଛାଡିବାରୁ ବାହାରେ ରହି କାକୁତିମିନତି କରୁଥିଲେ। ଶେଷରେ ଘଟଣାସ୍ଥଳରେ ପୁଲିସ ପହଁଚିଥିଲା ଏବଂ ଯୁବତୀଙ୍କ ନେଇ ଚାଲିଯାଇଥିଲା। ଏସମସ୍ତ ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

The post ବାବୁ.. ସୋନା… ଡାକି ବାହାରେ କାନ୍ଦୁଛି ଗାର୍ଲଫ୍ରେଣ୍ଡ, ଭିତରେ ବାହା ହେଉଛି ବୟଫ୍ରେଣ୍ଡ appeared first on Odisha Reporter.



from Odisha Reporter https://ift.tt/3k72Pjo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages