ପ୍ରକୃତିର ତାଣ୍ଡବ ରୂପ: ବର୍ଷା ପରେ ଘୁଘୁ ଶବ୍ଦ କରି ମାଡ଼ି ଆସିଲା ପାଣି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ପ୍ରକୃତିର ତାଣ୍ଡବ ରୂପ: ବର୍ଷା ପରେ ଘୁଘୁ ଶବ୍ଦ କରି ମାଡ଼ି ଆସିଲା ପାଣି, ଦେଖନ୍ତୁ ଭିଡିଓ

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲ ଫଟା ବର୍ଷା ତାଣ୍ଡବ ରଚିଛି। ଭୟଙ୍କର ବର୍ଷା ଯୋଗୁ ଅଚାନକ ବନ୍ୟା ପାଣି ଘୁଘୁ ଶବ୍ଦ କରି ସହର ମଧ୍ୟରେ ପଶି ଯାଇଛି। ପାଣିର ପ୍ରଖର ଏତେ ଅଧିକ ଥିଲା ଯେ ଗାଡ଼ିଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଘରଦ୍ୱାର ଛିନଛତ୍ର ହୋଇଯାଇଛି।

ବିଶେଷ କରି ଭାଗସୁ ନାଗ ଅଞ୍ଚଳରେ ବନ୍ୟା ପାଣି ବ୍ୟାପକ କ୍ଷୟକ୍ଷତି କରିଛି। ଏକାଧିକ ଲୋକ ଓ ଗଣମାଧ୍ୟମ ପକ୍ଷରୁ ଘୁଘୁ ଶବ୍ଦ କରି ପାଣି ମାଡ଼ି ଚାଲିଥିବା ବେଳର ଭିଡିଓ ଶେୟାର କରାଯାଇଛି। ଏଏନ୍‌ଆଇ ପକ୍ଷରୁ ଜାରି କରାଯାଇଥିବା ୩୭ ସେକେଣ୍ଡର ଭିଡିଓରେ ପାଣି ଭୟଙ୍କର ଡଙ୍ଗରେ ରାସ୍ତାରେ ପାର୍କ ହୋଇଥିବା କାର ଗୁଡ଼ିକୁ କେମିତି ଭସାଇ ନେଉଛି, ତା’ର ଦୃଶ୍ୟ ରହିଛି। ଅନ୍ୟମାନେ ମଧ୍ୟ ବିଭିନ୍ନ ସ୍ଥାନରେ ପାଣି ମାଡ଼ିବା ବେଳର ଦୃଶ୍ୟକୁ କଏଦ କରିଛନ୍ତି।


ଧର୍ମଶାଳାରୁ ୫୮ କିମି ଦୂର କନଗ୍ରା ଜିଲ୍ଲାରେ ପ୍ରବଳ ବର୍ଷ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ପ୍ରବଳ ବର୍ଷା ଯୋଗୁ ଫ୍ଲାଶଫ୍ଲଡର ସ୍ଥିତି ସୃଷ୍ଟି ହୋଇଛି। ପାଣି ଏତେ ଜୋରରେ ମାଡ଼ି ଆସିଥିଲା ଯେ ରାସ୍ତାରେ ନଦୀ ପ୍ରବାହିତ ହେବା ଭଳି ଅନୁଭବ ହୋଇଥିଲା।

ଭାଗସୁ ନାଗ ଅଞ୍ଚଳରେ ଥିବା କିଛି ହୋଟେଲ ମଧ୍ୟ ପାଣି ମାଡ଼ି ଯୋଗୁ ବ୍ୟାପକ କ୍ଷତି ସହିଛନ୍ତି। ଲୋକମାନେ ଏବେ ବି ଭୟର ବାତାବରଣ ମଧ୍ୟରେ ରହିଛନ୍ତି।


ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଫ୍ଲାଶଫ୍ଲଡ ଯୋଗୁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି। ଏଥିସହ କ୍ଷତିଗ୍ରସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଯୋଗୁ କେବଳ କନଗ୍ରା ନୁହେଁ, ହିମାଚଳ ପ୍ରଦେଶର ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଛନ୍ତି। ସୋମବାର ବଷା ତାତିରୁ ନିସ୍ତାର ଦେଇଥିଲେ ହେଁ ବ୍ୟାପକ କ୍ଷୟକ୍ଷତି କରିଛି।

The post ପ୍ରକୃତିର ତାଣ୍ଡବ ରୂପ: ବର୍ଷା ପରେ ଘୁଘୁ ଶବ୍ଦ କରି ମାଡ଼ି ଆସିଲା ପାଣି, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3xBU70u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages