ଆଖି ବୁଜିଲେ ସହକାରୀ ବନ ସଂରକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ଆଖି ବୁଜିଲେ ସହକାରୀ ବନ ସଂରକ୍ଷକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଶେଷରେ ଆଖି ବୁଜିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଗତକାଲି ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ  ଥିଲେ। ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଏହାପରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଥିଲା।

ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ଼ ମେଡିକାଲ ପଠାଯାଇଥିଲା। ହେଲେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ସୌମ୍ୟରଞ୍ଜନ ପ୍ରାୟ ୬ ମାସ ପୂର୍ବେ ବିବାହ କରିଥିବା ବେଳେ ଏବେ ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।
ଖବର ପାଇ ଜିଲ୍ଲା ବନ ଖଣ୍ଡ ଅଧିକାରୀ,  ସ୍ଥାନୀୟ ତହସିଲଦାର, ପୁଲିସ୍‌, ଏସଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ୍‌ କର୍ମଚାରୀ ଗତକାଲି ରାତିରେ ମେଡିକାଲରେ ପଞ୍ଚିଥିଲେ। ଏହାପରେ  ସୌମ୍ୟରଞ୍ଜନଙ୍କ ବାସଭବନରେ ପୁଲିସ୍‌ ଗତ ରାତିରେ ପହଞ୍ଚି ତଦନ୍ତ କରିଥିବା ବେଳେ କିଛି ସୁରାଗ ପାଇଥିବା ଜଣାଯାଇଛି।

The post ଆଖି ବୁଜିଲେ ସହକାରୀ ବନ ସଂରକ୍ଷକ appeared first on Odisha Reporter.



from Odisha Reporter https://ift.tt/3hyBZir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages