ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରାଜନୀତିକ କମିଟି ବା କେନ୍ଦ୍ରୀୟ କମିଟି ରାଜନୀତିକ ବ୍ୟାପାରରେ (ସିପିପିଏ) କିଛି ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ନିକଟରେ ମୋଦି ସରକାର ମନ୍ତିମଣ୍ଡଳ ଅଦଳ ବଦଳ କରିଥିଲେ। ଏହାପରେ କେନ୍ଦ୍ର ସରକାର ଏହି ସିପିପିରେ ଯୁବ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ଦିଆଯାଇଛି। କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ୮ଟି କମିଟିରେ ଭୁପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲଙ୍କୁ ସ୍ଥାନ ଦିଆଯାଇଛି।
ସେହିପରି ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ କେନ୍ଦ୍ରୀୟ ରାଜନୀତିକ ବ୍ୟାପାରରେ ସ୍ଥାନ ମିଳିଛି। ଏହାପୂର୍ବରୁ ଏହି କମିଟିରେ ଭୁପେନ୍ଦ୍ର ଯାଦବ ଏବଂ ସର୍ବାନନ୍ଦ ଯେଉଁ ମନ୍ତ୍ରୀ ପଦରେ ରହିଛନ୍ତି ସେମାନେ ସିସିପିଏରେ ନଥିଲେ। ଏହା ବ୍ୟତୀତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ସେ ମଧ୍ୟ ପ୍ରଥମ ଥର ପାଇଁ ସିସିପିଏରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଏହି ସମସ୍ତ ୮ଟି ଯାକ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବପରି ରହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୬ଟି କମିଟିରେ ରଖାଯାଇଛି। ରାଜନାଥ ସିଂଙ୍କୁ କେବଳ ଦୁଇଟି କମିଟିର ସାମିଲ କରାଯାଇ ନାହିଁ। ଏଥି ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୭ ଟି କମିଟିରେ ସ୍ଥାନ ଦିଆଯାଇଛି। ତାଙ୍କୁ କେବଳ କ୍ୟାବିନେଟ କମିଟିରେ ନିଯୁକ୍ତ କରାଯାଇ ନାହିଁ। ଏହା ବ୍ୟତୀତ ନବ ନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଗୋଟିଏ କମିଟିରେ ସ୍ଥାନ ପାଇଛନ୍ତି। ଦକ୍ଷତା ବିକାଶ ଏବଂ ରୋଜଗାର ସମ୍ପର୍କିତ କମିଟିରେ ସେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି। ସେହିପରି ନୀତୀନ ଗଡ଼କରୀଙ୍କୁ ୪ଟି କମିଟିରେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇଟି କମିଟିରେ ନୁଯୁକ୍ତ କରାଯାଇଛି।
पर्यावरण और श्रम मंत्री भूपेंद्र यादव को राजनीतिक मामलों की सभी महत्वपूर्ण कैबिनेट समिति में पोर्ट मंत्री सर्बानंद सोनोवाल, स्वास्थ्य मंत्री मनसुख मंडाविया और ग्रामीण विकास मंत्री गिरिराज सिंह के साथ शामिल किया गया है। pic.twitter.com/WoTXAbL2mo
— ANI_HindiNews (@AHindinews) July 13, 2021
The post କେନ୍ଦ୍ରୀୟ କମିଟି ରାଜନୀତିକ ବ୍ୟାପାରରେ ଯୁବ ମନ୍ତ୍ରୀଙ୍କୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3wCloPg
No comments:
Post a Comment