ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବି ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତା ୭ ଓ ୮ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବାନୁଯାୟୀ, ୧ ଜୁନ୍ରୁ ୪ ଜୁଲାଇ ମଧ୍ୟରେ ଓଡ଼ିଶାରେ ପାଖାପାଖି ୨୦୯.୩ ମିମି ବର୍ଷା ଅନୁଭୂତ ହୋଇଛି। ସ୍ୱାଭାବିକ ବର୍ଷା ୨୫୬ .୧ ଠାରୁ ଏହା ୧୮ ପ୍ରତିଶତ କମ୍ ରହିଛି। ଏହି ସମୟ ମଧ୍ୟରେ ୧୪ ଜିଲ୍ଲାରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ ଯାଏ କମ୍ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲାଗୁଡିକ ହେଲା ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଦେବଗଡ, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ।
ସୂଚନାଯୋଗ୍ୟ, ଗତକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଷଳ ଧାରାରେ ବର୍ଷା ହୋଇଥିଲା। ଏଥିଯୋଗୁ ସାମାନ୍ୟ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
The post ଆଜି ବି ବର୍ଷିବ appeared first on Odisha Reporter.
from Odisha Reporter https://ift.tt/2V715wi
No comments:
Post a Comment