୧୪ ମାସରେ ଅନାଥ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

୧୪ ମାସରେ ଅନାଥ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ଛୁଆ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଛି। କିଏ ବାପା, ମାକୁ ହରାଇଛି ତ ଆଉ କିଏ ଭେଣ୍ଡିଆ ପୁଅକୁ ହରାଇଛି। କରୋନାର ଦ୍ୱିତୀୟ ଲହର ଭାରତ ସମେତ ଅନେକ ଦେଶରେ ମୃତ୍ୟୁର ବିଭୀଷିକା ରଚିଥିଲା। ଏହି ସମୟରେ ପ୍ରାୟତଃ ଅନେକ ପରିବାର ଛାରଖାର ହୋଇଯାଇଛି। ମୁଖ୍ୟତଃ ଯେଉଁ ଛୋଟ ଛୁଆ ବାପା, ମାକୁ ହରାଇଛନ୍ତି ସେମାନେ ଏବେ ଜୀବନ ଯୁଦ୍ଧରେ ଆଗାମୀ ଦିନରେ କିଭଳି ଆଗକୁ ବଢ଼ିବେ ତାହା ଚିନ୍ତାଜନକ।

ଲାନସେଣ୍ଟ ନାମକ ମେଡିକାଲ ଜର୍ଣ୍ଣାଲ ବା ପତ୍ରିକା ଏହାକୁ ନେଇ ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ଭାରତ ସମେତ ୨୧ଟି ଦେଶରେ ପ୍ରାୟ ୧୫ ଲକ୍ଷ ପିଲା ଅନାଥ ହୋଇଥିବା ଦାବି କରିଛି। ଦ ଲାନସେଟରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ମହାମାରୀର ପ୍ରଥମ ୧୪ ମାସରେ ୨୧ଟି ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ନିଜ ବାପା, ମାଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ପିଲା କେବଳ ଭାରତର।

ଭାରତରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ୍ ଆବ୍ୟୁଜ (NIDA) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ କରୋନାରେ ଭାରତରେ ୨୫,୫୦୦ ପିଲା ନିଜ ମା’ଙ୍କୁ ହରାଇଥିବାବେଳେ ୯୦,୭୫୧ ଜଣ ନିଜ ବାପାଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧୨ ପିଲାଙ୍କ ସଂଖ୍ୟା ଏପରି, ଯେଉଁମାନେ ଉଭୟ ବାପା,ମାଆଙ୍କୁ ହରାଇଥିଲେ। ଏହି ସଂଖ୍ୟା ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟରୁ ଜଣାପଡ଼ିଛି।

ସେହିପରି ସମାନ କାରଣ ପାଇଁ ୧,୧୩୪,୦୦୦ ପିଲା ସେମାନଙ୍କ ବାପା, ମା ସହିଚ ଜେଜେ ବାପା ଓ ମାଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ ୧୦,୪୨ ହଜାର ପିଲା ନିଜ ମା, ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି। ୧,୫୬୨,୦୦୦ ପିଲା ଅନ୍ତତଃ ପକ୍ଷେ ଜଣେ ବାପା କିମ୍ୱା ମା କିମ୍ବା ଜେଜେ ବାପା ନହେଲେ ବୟସ୍କ ସମ୍ପର୍କୀୟଙ୍କୁ ହରାଇଛନ୍ତି ବୋଲି ଏନଆଇଏଚ ପ୍ରକାଶ କରିଛି।

ଲାନସେଣ୍ଟ ଦ୍ୱାରା ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ୨୧ଟି ଦେଶ ମଧ୍ୟରୁ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋର ପିଲାମାନେ ତାଙ୍କର ଯତ୍ନ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବାପା, ମା କିମ୍ୱା ଜେଜେ ବାପା ଓ ମାଙ୍କୁ ଅଧିକ ହରାଇଛନ୍ତି।

ରିପୋର୍ଟ ଅନୁଯାୟୀ ୨,୮୯୮ ଭାରତୀୟ ଶିଶୁ ସେମାନଙ୍କର ଜଣେ ଜେଜେ ବାପାଙ୍କୁ ହରାଇଥିବାବେଳେ ନଅ ଜଣ ଉଭୟ ଜେଜେ ବାପା ଓ ମାଙ୍କୁ ହରାଇଥିଲେ। ତେବେ, ଭାରତରେ ହଜାରେ ପିଲାଙ୍କ ମଧ୍ୟରେ ବାପା, ମା ଏବଂ ଅଭିଭାବକ ମୃତ୍ୟୁହାର ୦.୫ ରହିଛି, ଆମେରିକା ୧.୮, ରଷିଆ ୨.୦, କଲମ୍ବିଆ ୩.୪, ବ୍ରାଜିଲ ୩.୫, ମେକ୍ସିକୋ ୫.୧, ଦକ୍ଷିଣ ଆଫ୍ରିକା ୬.୪, ପେରୁ ୧୪.୧ ରହିଛି।

The post ୧୪ ମାସରେ ଅନାଥ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ଛୁଆ appeared first on Odisha Reporter.



from Odisha Reporter https://ift.tt/3kFY8O4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages