ନୂଆଦିଲ୍ଲୀ: ୨୦୧୯-୨୦ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ସପ୍ତାହେ ଥିବା ବେଳେ ଭାରତରେ କୋଭିଡ ସଂକ୍ରମଣ ଯୋଗୁଁ ଦେଶ ବ୍ୟାପୀ ଲକଡାଉନ୍ ହୋଇଥିଲା। ଏହା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ପାଠ ପଢ଼ା ହେଉଛି ଅନ୍ ଲାଇନ୍ ମୋଡରେ। ଯଦି ସ୍ମାର୍ଟ ଫୋନ୍ ନାହିଁ ତାହେଲେ ପାଠ ପଢ଼ା ଏକ ପ୍ରକାର ଠପ୍। ଓଡ଼ିଶା ସରକାରଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଇଜେସନ ଜରିଆରେ ପାଠ ପଢ଼ାଇବାକୁ ପ୍ରୟାସ କରୁଛନ୍ତି। ଏହାରି ଭିତରେ କିନ୍ତୁ ଏକ ସର୍ଭେ ରିପୋର୍ଟ ଆସିଛି ଯାହାକି ବର୍ତ୍ତମାନର ସ୍କୁଲ ଗୁଡ଼ିକ କେତେ ଡିଜିଟାଇଜେସନ ବା ଇଣ୍ଟରନେଟ ଭିତ୍ତିଭୂମି କେତେ ସବଳ ରହିଛି ଜଣାପଡ଼ିଛି।
ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ ଭାରତରେ କେବଳ ୨୨% ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି। ୨୦୧୯-୨୦ରେ ୧୨% ସରକାରୀ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଥିବାବେଳେ ୩୯% ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ଥିଲା। ଯଦି ସ୍କୁଲ ଗୁଡ଼ିକରେ ଏହିପରି ଦୁର୍ବଳ ଇଣ୍ଟରନେଟ ସୁବିଧା ରହିଛି ତାହେଲେ ଦେଶରେ ସ୍କୁଲ ଗୁଡ଼ିକ କିଭଳି ପିଲାଙ୍କୁ ପାଠ ପଢ଼ାଉଥିବେ ଏବେ ଚିନ୍ତା କରିବାର ସମୟ ଆସିଛି। ଯଦିଓ ସରକାର ଅନ୍ ଲାଇନ ଜରିଆରେ ପିଲାଙ୍କୁ ପାଠ ପଢ଼ାଯାଉଥିବା କଥା କହୁଛନ୍ତି ହେଲେ ଖୋଦ୍ ଶିକ୍ଷା ମନ୍ତ୍ରାଳୟର ରିପୋର୍ଟ ବଖାଣିଛି କେତେ ସଫଳ ହୋଇଥିବ ୨୦୨୦-୨୧ରେ ଅନ୍ ଲାଇନ୍ ପାଠ ପଢ଼ା।
ୟୁନିଫାଏଡ୍ ଡିଷ୍ଟ୍ରିଟ୍ ଇନଫରମେସନ ସିଷ୍ଟମ ଫର୍ ଏଜେକେସନ ପ୍ଲସ (UDISE +) ରିପୋର୍ଟ ଅନୁଯାୟୀ ଦେଶର ୧୫ ଲକ୍ଷରୁ ଅଧିକ ସ୍କୁଲରୁ ଏହି ସର୍ଭେ ସଂଗ୍ରହ କରାଯାଇଛି। ଦେଶର ୨୬ କୋଟି ସ୍କୁଲର ଅଧିକାଂଶ ପିଲା ବର୍ଷେ ଦୁଇ ମାସ ହେବ ସ୍କୁଲ୍ ଯାଇ ନାହାନ୍ତି।
ପିଲାମାନେ ଡିଜିଟାଲ୍ ମୋଡରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଜୁମ୍ ଭଳି ଆପ ଶିକ୍ଷା ଦାନରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଅନେକ ରାଜ୍ୟରେ ଶିକ୍ଷକମାନେ ବିଦ୍ୟାଳୟକୁ ଆସି ସେମାନଙ୍କ ଖାଲି ଶ୍ରେଣୀ ଗୃହରେ ପାଠ ପଢ଼ାଉଥିବାର ନଜିର ରହିଛି। ଶିକ୍ଷକ ମାନେ ବ୍ଲାକବୋର୍ଡ ଏବଂ ଲାବୋରେଟୋରୀରେ କୌଣସି ପାଠ ପଢ଼ାଇ ଏହାକୁ ଲାଇଭ୍ କରୁଛନ୍ତି ନଚେତ ରେକର୍ଡିଂ କରି ପିଲାଙ୍କ ଅଭିଭାବକଙ୍କ ଇ-ମେଲ ଓ ହ୍ୱାଟସଆପ ଆଦିରେ ରେକର୍ଡିଂ ଭିଡିଓ ପଠାଉଥିବାର ନଜିର ରହିଛି।
UDISE +ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି କେରଳରେ ୯୦% ରୁ ଅଧିକ ବିଦ୍ୟାଳୟରେ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲରେ କମ୍ପ୍ୟୁଟର କାମ କରୁଥିଲା। ଯାହାକି ଦେଶରେ ସର୍ବାଧିକ। ଏହାପରେ ଛତିଶଗଡ (୮୩%), ଝାଡଖଣ୍ଡ (୭୩%), ତାମିଲନାଡୁ (୭୭%), ଗୁଜୁରାଟ (୭୪%) ଏବଂ ମହାରାଷ୍ଟ୍ର (୭୧%) ରହିଛି। ତେବେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ କମ୍ପ୍ୟୁଟର ଅଧିକ ଥିଲା। ସେହିପରି ଆସାମ (୧୩%), ମଧ୍ୟପ୍ରଦେଶ (୧୩%), ବିହାର (୧୪%), ପଶ୍ଚିମବଙ୍ଗ (୧୪%), ତ୍ରିପୁରା (୧୫%), ଉତ୍ତରପ୍ରଦେଶ (୧୮%), କମ୍ପ୍ୟୁଟର ରହିଛି ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ। ତେବେ ୟୁପିରେ ଥିବା ମୋଟ୍ ସରକାରୀ ସ୍କୁଲରେ ୫ ପ୍ରତିଶତରୁ କମ୍ ସ୍କୁଲରେ କମ୍ପ୍ୟୁଟର ରହିଥିବା ଜଣାପଡ଼ିଛି।
କେବଳ ତିନୋଟି ରାଜ୍ୟ କେରଳ (୮୮%), ଦିଲ୍ଲୀ (୮୬%) ଏବଂ ଗୁଜୁରାଟ (୭୧%) ସ୍କୁଲରେ ଇଣ୍ଟରନେଟ୍ ସବୁଧା ରହିଛି। ସବୁଠୁ ବଡ଼ କଥା ହେଲା ଦେଶର ୯୦% ସ୍କୁଲରେ ହାତ ଧୋଇବା ସୁବିଧା ରହିଛି। ୨୦୧୨-୧୩ରେ କିନ୍ତୁ ଏହା ୩୬ ପ୍ରତିଶତ ଥିଲା।
The post ଅନ୍ତିମ ଶିକ୍ଷା ବର୍ଷରେ ଦେଶରେ ୨୨ ପ୍ରତିଶତ ସ୍କୁଲରେ ଥିଲା ଇଣ୍ଟରନେଟ୍ ସୁବିଧା appeared first on Odisha Reporter.
from Odisha Reporter https://ift.tt/2Uk2qiZ
No comments:
Post a Comment