ରାଜ୍ୟରେ ୩ ହଜାର ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ, ଆଉ ୪୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ରାଜ୍ୟରେ ୩ ହଜାର ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ, ଆଉ ୪୬ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନ ହେଲାଣି ରାଜ୍ୟରେ ୩ ହଜାର ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୮୪ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ କରୋନାରେ ଆଉ ୪୬ ଜଣଙ୍କ ମୃତ୍ୟୁ ଘଟିଛି।

କଟକ ଜିଲ୍ଲାରୁ ସର୍ବାଧିକ ୬୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨, ଜଗତସିଂହପୁରରୁ ୨୧୨, ବାଲେଶ୍ୱରରୁ ୨୦୮, ମୟୂରଭଞ୍ଜରୁ ୧୯୫, ଯାଜପୁରରେ ୧୯୦ ପୁରୀରୁ ୧୮୮, କେନ୍ଦ୍ରାପଡ଼ାରୁ ୧୭୯, ଭଦ୍ରକରୁ ୧୪୧ ଓ ନୟାଗଡ଼ ଜିଲ୍ଲାରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୪, ବଲାଙ୍ଗିର ୨୨, ବୌଦ୍ଧରେ ୧୬, ଦେବଗଡ଼ରେ ୭, ଢେଙ୍କାନାଳରେ ୪୧, ଗଜପତିରେ ୯, ଗଞ୍ଜାମରେ ୨୪, ଝାରସୁଗୁଡ଼ାରେ ୯, କଳାହାଣ୍ଡିରେ ୨୫, କନ୍ଧମାଳରେ ୨୭, କେନ୍ଦୁଝରରେ ୬୪, କୋରାପୁଟରେ ୫୩, ମାଲକାନଗିରିରେ ୬୬, ନବରଙ୍ଗପୁରରେ ୨୩, ନୂଆପଡ଼ାରେ ୧୬, ରାୟଗଡ଼ରେ ୬୧, ସମ୍ବଲପୁରରେ ୩୧, ସୋନପୁରରେ ୧୨ ଓ ସୁନ୍ଦରଗଡ଼ରେ ୬୬ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୪୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ଏବଂ କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ଜଣ ୩ ଲେଖାଏଁ ଅଛନ୍ତି। ଅନୁଗୋଳ, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୭୮, ବାଲେଶ୍ୱରରେ ୧୩୩, ବରଗଡ଼ରେ ୧୪୨, କଟକରେ ୨୯୦, ଢେଙ୍କାନାଳରେ ୬୮, ଗଞ୍ଜାମରେ ୩୪୪, ଜଗତସିଂହପୁରରେ ୭୫, ଝାରସୁଗୁଡ଼ାରେ ୧୨୪, କଳାହାଣ୍ଡିରେ ୧୭୨, କେନ୍ଦ୍ରାପଡ଼ାରେ ୮୪, କେନ୍ଦୁଝରରେ ୭୩, କୋରାପୁଟରେ ୫୯, ମୟୂରଭଞ୍ଜରେ ୧୩୦, ନୟାଗଡ଼ରେ ୧୦୩, ପୁରୀରେ ୨୩୮, ସମ୍ବଲପୁରରେ ୧୨୪, ସୁବର୍ଣ୍ଣପୁରରେ ୪୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୬୦କୁ ବୃଦ୍ଧି ପାଇଛି।

୩୨୨୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୦ ହଜାର ୯୯୭ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୯୫୦ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୧୦୯କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଜୁନ୍ ୩୦ରେ ରାଜ୍ୟରେ ୩୦୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ୍ ୨୯ରେ ଏହି ସଂଖ୍ୟା ୩୩୭୧ ରହିଥିଲା। ଆଉ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଜୁନ୍ ୧ରେ ୩୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ପୂର୍ବରୁ ଜୁନ୍ ୨୮ରେ ୨୬୪୦ ଚିହ୍ନଟ ହୋଇଥିବା ବେଳେ ୨୭ରେ ୩୩୧୯, ୨୬ରେ ୨୪୦୮ ଓ ୨୫ରେ ୩୫୫୪ ଜଣ ଚିହ୍ନଟ ହୋଇଥିଲେ।

The post ରାଜ୍ୟରେ ୩ ହଜାର ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ, ଆଉ ୪୬ ମୃତ appeared first on Odisha Reporter.



from Odisha Reporter https://ift.tt/3654xJR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages