କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଦେଖି ଆଫଗାନିସ୍ତାନରେ ତାଲିବାନ ପୁଣିଥରେ ସକ୍ରିୟ ହୋଇଯାଇଛି। ଅନେକ ସହରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଲିବାନ ଚେଷ୍ଟା କରୁଛି। ଏହାରି ଭିତରେ ଆମେରିକା ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ଯାଉଥିବା ବେଳେ ଆମେରିକା ହଠାତ୍ ୟୁଟର୍ଣ୍ଣ ନେଇ ତାଲିବାନ ଉପରେ ବଡ଼ ପ୍ରହାର କରିଛି। ଏଥିରେ ଅନେକ ତାଲିବାନ କ୍ୟାମ୍ପ ନଷ୍ଟ କରି ହୋଇଛି। ଏହି ଆକ୍ରମଣରେ ତାଲିବାନର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ପେଣ୍ଟାଗନର ମୁଖପାତ୍ର ଜନ କିର୍ବି ଅଫ୍ ଦ ରେକର୍ଡ ମିଡିଆ ପ୍ରତିନିଧିଙ୍କ ସହ କଥା ହେବା ବେଳେ କହିଛନ୍ତି ଯେ ଆଫଗାନ ସୁରକ୍ଷା କର୍ମୀ ଏବଂ ସେନାର ମୁଖ୍ୟ ଅଧିକାରୀ (ଏଏନଡିଏସଏଫ) ଆମେରିକା ସହିତ ତାଲିବାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଆମେରିକା ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଏନଡିଏସଏଏଫର ସହଯୋଗ ରହିଲେ ଆମେରିକା ଆଗାମୀ ଦିନରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିବ ବୋଲି ସେ କହିଥିବା ସୂଚନା ରହିଛି।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗତ ତିନି ଦିନ ମଧ୍ୟରେ ଆଫଗାନିସ୍ତାନର ଅନେକ ପ୍ରାନ୍ତରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି ଏବଂ ଏହି ଏୟାର ଷ୍ଟ୍ରାଇକ୍ରେ ଅତି କମରେ ପାଞ୍ଚଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଫଗାନିସ୍ତାନ ସାମ୍ବାଦିକ ବିଲାଲ ସୌରଭୀ ଦାବି କରିଛନ୍ତି ଯେ ତାଲିବାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ଆମେରିକାର ସୌନ୍ୟବାହିନୀ ଦ୍ୱାରା କରାଯାଇଛି।
ଆମେରିକାର ଏୟାର ଷ୍ଟ୍ରାଇକର ରିପୋର୍ଟ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକାର ପ୍ରମୁଖ ଅଧିକାରୀ ମାର୍କ ମିଲି କହିଛନ୍ତି ଯେ ତାଲିବାନ ନିଜକୁ ଏପରି ଉପସ୍ଥାପନା କରୁଛି ଯେ ଜିତିବା ସୁନିଶ୍ଚିତ ଭାବୁଛି। କିନ୍ତୁ ଏହି ଯୁଦ୍ଧରେ ଅନ୍ତିମ ଫଳାଫଳ କ’ଣ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନି। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଲିବାନ ଦେଶର ୪୧୯ ଟି ଜିଲ୍ଲାର ପ୍ରାୟ ୨୧୦ଟି ସ୍ଥାନକୁ ନିୟନ୍ତ୍ରଣକୁ ନେଇଛି। ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଅନେକ ସ୍ଥାନରେ ତାଲିବାନରୁ ଯୁଦ୍ଧ ଚାଲିଛି।
ଆମେରିକାର ଯୁଗ୍ମ ସେନାଧ୍ୟକ୍ଷ ଜେନେରାଲ ମାର୍କ ମିଲ କହିଛନ୍ତି ଯେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନ ବିଭିନ୍ନ ରଣନୀତି ତିଆରି କରିଛି। ବୁଧବାର ମିଲ ପେଣ୍ଟାଗନକୁ କହିଛନ୍ତି ଯେ ଏହା ଆଫଗାନିସ୍ତାନର ସୁରକ୍ଷା, ସରକାର ଏବଂ ଆଫଗାନିସ୍ତାନର ଲୋକଙ୍କ ଇଚ୍ଛାଶକ୍ତି ଏବଂ ନେତୃତ୍ୱ ବିରୋଧରେ ରହିଛି। ପେଣ୍ଟାଗନ୍ କହିଛି ଯେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ୯୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ। ମିଲଙ୍କ ସହ ଆସିଥିବା ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେରିକାର ସୈନ୍ୟ ବାହିନୀର ଉଦ୍ୟମ ତାଲିବାନ ଉପରେ ନୁହେଁ ବରଂ ଆତଙ୍କବାଦୀ ବିପଦର ମୁକାବିଲା ଉପରେ କେନ୍ଦ୍ରୀତ।
The post ତାଲିବାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ appeared first on Odisha Reporter.
from Odisha Reporter https://ift.tt/2UvOumt
No comments:
Post a Comment