ମୁମ୍ୱାଇ: ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢିବାରେ ଲାଗିଛି। ଗୋଟିଏ ପଟେ ପୁଲିସର ତଦନ୍ତ ଏବଂ ଅନ୍ୟପଟେ ମିଡିଆରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ପରେ ଅଭିଯୋଗ ଆସୁଛି। ତେବେ ଅଭିନେତ୍ରୀ ତଥା ଗିରଫ ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ସେଠୀଙ୍କ ଭୂମିକା କଣ ରହିଛି ଏବେ ପ୍ରଶ୍ନ ଉଠିଛି। ପୁଣମ୍ ପାଣ୍ଡେ, ଶେର୍ଲିନ୍ ଚୋପ୍ରା ଏବଂ ଗହନା ବଶିଷ୍ଟ କୁନ୍ଦ୍ରାଙ୍କ ଅନେକ ଖୁଲାସା କରିଛନ୍ତି। ଗହନା କହିଛନ୍ତି ଯେ ରାଜ କୁନ୍ଦ୍ରା ଏକ ନୂଆ ଆପ୍ ଆଣି ତାଙ୍କ ଶାଳୀ ତଥା ଶିଳ୍ପାଙ୍କ ଭଉଣୀ ଶର୍ମିଷ୍ଠା ସେଠୀଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ।
ଗହନା କହିଛନ୍ତି, ଯେତେବେଳେ ମୁଁ ଜେଲ ଯିବାର କିଛି ଦିନ ପୂର୍ବରୁ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟକୁ ଯାଇଥିଲି, ସେତେବେଳେ ମୁଁ ଜାଣିବାକୁ ପାଇଥିଲି ଯେ ସେ ‘ବଲିଫେମ୍’ ନାମକ ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ଆପରେ ଆମେ ରିଆଲିଟି ଶୋ, ଚାଟ୍ ଶୋ, ମ୍ୟୁଜିକ୍ ଭିଡିଓ, କମେଡି ଶୋ ଏବଂ ସାଧାରଣ ସିନେମା କରିବାକୁ ଯୋଜନା କରୁଥିଲେ। ଏହି ଭେଟଘାଟ ବେଳେ ଏକ ସ୍କ୍ରିପ୍ଟ ବିଷୟରେ ଆଲୋଚନା ହୋଇଥିଲା ଯେଉଁଥିରେ ସେ ଶର୍ମିଷ୍ଠା ସେଠୀଙ୍କୁ ନେବାକୁ ଚିନ୍ତା କରୁଥିଲେ। ଯଦିଓ ଏହା ସାଧାରଣ ଫିଲ୍ମ ପାଇ ଥିଲା। ସେ ଏହି ସିନେମାର ନିର୍ଦ୍ଦେଶନା ଦେବାର ଥିଲା ବୋଲି କହିଛନ୍ତି।
ନିକଟରେ ଅଭିନେତ୍ରୀ ତଥା ମଡେଲ ପୁଣମ ପାଣ୍ଡେ ଦାବି କରିଛନ୍ତି ଯେ କୁନ୍ଦ୍ରାଙ୍କ ସହିତ ତାଙ୍କର ମତଭେଦ ହେବାରୁ ରାଜ କୁନ୍ଦ୍ରା ୨୦୧୯ରେ ତାଙ୍କ ନମ୍ବର ଲିକ କରିଥିଲେ। ଏଥିସହ ଅନ୍ୟାନ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୁଣମ୍। ଗହନା ଏହାକୁ ନେଇ ପୁଣମ ପାଣ୍ଡେ ଏବଂ ଶେର୍ଲିନ୍ ଚୋପ୍ରାଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଅଶ୍ଳୀଳ ମାମଲା ଏଇ ମାନଙ୍କ ନାଁରେ ହେବା ଉଚିତ।
ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ବର୍ତ୍ତମାନ କୁନ୍ଦ୍ରା ଏବଂ ତାଙ୍କ ଡାହାଣ ହାତ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଉମେଶ କାମତ ପୋଲିସ ହେପାଜତରେ ଅଛନ୍ତି। ଏହି ମାମଲାର ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର। ଖାଲି ସେତିକି ନୁହେଁ, ଉମେଶ କାମତ ନିର୍ମାଣ କରିଥିବା ୭୦ ଟି ପର୍ଣ୍ଣ ଭିଡିଓ ବି ଲାଗିଛି ତଦନ୍ତକାରୀ ଟିମ୍ ହାତରେ। ଆଜି କୁନ୍ଦ୍ରାଙ୍କ ପୁଲିସେ ହେପାଜତ ଅବଧି ଶେଷ ହେବାକୁ ଯାଉଛି।
The post ‘ରାଜ କୁନ୍ଦ୍ରା ଶିଳ୍ପାଙ୍କ ଭଉଣୀଙ୍କୁ ନେଇ କାଷ୍ଟ କରିବାକୁ ଇଚ୍ଛା ରଖିଥିଲେ’ appeared first on Odisha Reporter.
from Odisha Reporter https://ift.tt/3iIteSB
No comments:
Post a Comment