ନୂଆଦିଲ୍ଲୀ: ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି। ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଆଖି ବୁଜିଛି ଏହି ନାବାଳକ। ଏହି H5N1 ଭାଇରସ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଦେଖାଯାଏ। ଭାରତରେ ପ୍ରଥମେ ଥର ପାଇଁ ବାର୍ଡ ଫ୍ଲୁରେ ମଣିଷ ପ୍ରାଣ ହରାଇଥିବା କୁହାଯାଉଛି। ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି (ଏନଆଇଭି) ସ୍ପଷ୍ଟ କରିଥିଲା ମୃତ୍ୟୁ ବରଣ କରିଥିବା ୧୧ ବର୍ଷର ବାଳକ H5N1 ଭାଇରସରେ ସଂକ୍ରମିତ ଥିଲେ।
ସୂଚନା ଅନୁଯାୟୀ ଏହି ୧୧ ବର୍ଷୀୟ ବାଳକ ସୁଶୀଲର କୋଭିଡ୍ ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ରହିଥିଲା। ଏହାପରେ ଇନଫ୍ଲୁଏଞ୍ଜା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଜଣାପଡ଼ିଥିଲା ବାଳକଟି H5N1 ବା ବାର୍ଡ ଫ୍ଲୁରେ ସଂକ୍ରମିତ। ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ସୁଶୀଲ ନିମୋନିଆ ଏବଂ ଲ୍ୟୁକେମିଆରେ ସଂକ୍ରମିତ ହୋଇଥିଲେ। ଏବେ ସୁଶୀଲ ସଂପର୍କରେ ଆସିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ବ୍ୟକ୍ତି ସଙ୍ଗରୋଧରେ ରହିଛନ୍ତି।
ଏବେ ସଂକ୍ରମଣ ବାବଦରେ ଅଧିକ ଅନୁସନ୍ଧାନ କରିବା ପାଇଁ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲର ଏକ ଟିମ୍ ସୁଶୀଲଙ୍କ ଗାଁକୁ ଯାଇଛି। ଚଳିତ ବର୍ଷ ଆରମ୍ଭରୁ ହରିଆଣାରେ ବାର୍ଡ ଫ୍ଲୁ ଦେଖିବାକୁ ମିଳିଥିଲା। ଯାହାର ପ୍ରମାଣ ଅଧିକରୁ ଅଧିକ ମୃତ ପକ୍ଷୀ ଏବଂ କୁକୁଡ଼ା ଉଦ୍ଧାର ହେବା।
ସୂଚନାଯୋଗ୍ୟ, ହରିଆଣା ବ୍ୟତୀତ ମହାରାଷ୍ଟ୍ର, ଛତିଶଗଡ଼, ଗୁଜରାଟ, କେରଳ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ, ୟୁପି ଏବଂ ପଞ୍ଜାବରେ ଥିବା କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଜାନୁଆରୀ ମାସ ଶେଷ ବେଳେ କେନ୍ଦ୍ର ସରକାର ଏ ନେଇ ଚେତାବନୀ ଦେବା ସହିତ ସତର୍କ ରହିବାକୁ କହିଥିଲେ।
The post ବାର୍ଡ ଫ୍ଲୁରେ ଘଟିଲା ଭାରତର ପ୍ରଥମ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3rqGf6U
No comments:
Post a Comment