‘ସୌମ୍ୟଙ୍କର ସମ୍ପତ୍ତି ବୋଲି କିଛି ନାହିଁ, ସମ୍ପର୍କ ଏଗ୍ରିମେଣ୍ଟ ମିଛ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

‘ସୌମ୍ୟଙ୍କର ସମ୍ପତ୍ତି ବୋଲି କିଛି ନାହିଁ, ସମ୍ପର୍କ ଏଗ୍ରିମେଣ୍ଟ ମିଛ’

ଉଦଳା(ମାନସ ପାଣି): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ୯ ଦିନ ପରେ ବି ଦେଖାଦେଉଛି ଗୋଟିଏ ପରେ ଗୋଟିଏ ସସ୍ପେନ୍ସ । ଏହି ଘଟଣାକୁ ନେଇ ଦୀର୍ଘ ଦିନ ଚୁପ୍‌ ରହିବା ପରେ ଏବେ ମୁହାଁମୁହିଁ ହୋଇଛନ୍ତି ଶାଶୁ-ବୋହୂ। ପୁଅର ମୃତ୍ୟୁ ପାଇଁ ସୌମ୍ୟଙ୍କ ମା’ ବୋହୂ ବିଦ୍ୟାଭାରତୀଙ୍କୁ ଦାୟୀ କରୁଥିବା ବେଳେ ଏଥର ବିଦ୍ୟାଭାରତୀ ବି ଶାଶୁଙ୍କୁ ଟାର୍ଗେଟ କରିଛନ୍ତି।

ସୌମ୍ୟ ବିବାହ ପରଠୁ ଖୁସି ରହୁ ନ ଥିବା ବେଳେ ପତ୍ନୀଙ୍କୁ ନେଇ ନାନା ଅଭିଯୋଗ କରୁଥିବା ସୌମ୍ୟଙ୍କ ମା’ ଗଣମାଧ୍ୟମ ସମ୍ମୁଖରେ କହୁଥିବା ବେଳେ ଏହାକୁ ନେଇ ପାଟି ଫିଟାଇଛନ୍ତି ବିଦ୍ୟା।  ଯଦି ମା’ ପାଖରେ ପୁଅ ନିଜ ଦୁଃଖ ଜଣାଇଲା, ତା’ ହେଲେ ସେ କ’ଣ ପାଇଁ ଏତେ ଦିନ ଚୁପ୍‌ ରହିଲେ ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟା। ଏଥିସହ କହିଛନ୍ତି, ସିଏ ମୋ ସହ କଥା ହେଉଥିଲେ, ଝିଅ ବୋଲି କହୁଥିଲେ ହେଲେ ପଚାରିଲେ ନାହିଁ କାହିଁକି।  ମୋ ଘର ଲୋକଙ୍କୁ ବି ଜଣାଇଲେ ନାହିଁ। ନିଜ ପୁଅକୁ ବି ବୁଝାଇଲେ  ନାହିଁ। ତା’ ହେଲେ ସେ ଚାହୁଁଥିଲେ କ’ଣ , କ’ଣ ପାଇଁ ଅପେକ୍ଷା କରିଥିଲେ ବୋଲି ସିଧାସିଧା ପ୍ରଶ୍ନ କରିଛନ୍ତି ବିଦ୍ୟା।

ଘଟଣା ଦିନ ସୌମ୍ୟଙ୍କୁ ମେଡିକାଲ ନେବେ ବେଳେ ବିଦ୍ୟା ହାତରେ ଧରିଥିବା ଏକ ନାଲି ପୁଟୁଳିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଉକ୍ତ ପୁଟୁଳିରେ ଘରୁ ସବୁ ସୁନାଗହଣା ନେଇଯାଇଥିବା ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବିଦ୍ୟାଭାରତୀ। ତାହା କୌଣସି ପୁଟୁଳି ନୁହେଁ, ଏକ ଗାମୁଛା ଥିଲା, ହସ୍ପିଟାଲରେ ଦରକାର ହେବ ଭାବି ଘରୁ ଆଣିଥିଲି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଦ୍ୟା। ଉକ୍ତ ଗାମୁଛାରେ କୌଣସି ଜିନିଷ ଲୁଚାଇ ନ ଥିଲି ବୋଲି କହିଛନ୍ତି ବିଦ୍ୟା।

ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଘରୁ ମିଳିଥିବା କାଗଜପତ୍ର ସମ୍ପର୍କରେ ପାଟି ଫିଟାଇଛନ୍ତି ବିଦ୍ୟା। ବିଦ୍ୟା କହିଛନ୍ତି, ମନ ଖରାପ ଥିଲେ ଲେଖେ। କେବେ  କାହାକୁ ଆକ୍ଷେପ କରି କି  କାହା ଉଦ୍ଦେଶ୍ୟରେ ଲେଖି ନାହିଁ ।

ଏଥିସହ ବିବାହକୁ ନେଇ ଉଠୁଥିବା ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନ ଥିବା ସହ ସେପରି କିଛି ଏଗ୍ରିମେଣ୍ଟ ନ ଥିବା କହିଛନ୍ତି ବିଦ୍ୟା। ସୌମ୍ୟଙ୍କ ସହ ଝଗଡ଼ା ପରେ ଡିଏଫଓଙ୍କ ଘରକୁ ଚାଲି ଯାଇଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି ବିଦ୍ୟା। ଡିଏଫଓଙ୍କୁ ଜମା ଜାଣି ନ ଥିବା ବେଳେ ସେ ଦିନ ମୋ ମନ ଦୁଃଖ ଥିଲା, ଘର ବାହାରେ ବସି କାନ୍ଦୁଥିଲି। ମୋତେ ସେଠି ପାଇଲେ ବୋଲି କହିଛନ୍ତି।

ସୌମ୍ୟଙ୍କ ସମସ୍ତ ସମ୍ପତ୍ତି ତାଙ୍କ ନାଁରେ ବିଦ୍ୟା କରି ନେଇଥିବା ନେଇ ସୌମ୍ୟଙ୍କ ପରିବାର ଲୋକ ଆଣୁଥିବା ଅଭିଯୋଗକୁ ବି ସିଧାସିଧା ଖଣ୍ଡନ କରିଛନ୍ତି ବିଦ୍ୟା। ସୌମ୍ୟଙ୍କର ସେମିତି କିଛି ସମ୍ପତ୍ତି ନ ଥିବା ବେଳେ ସେ ସମ୍ପର୍କରେ କେବେ କୌଣସି ଆଲୋଚନା ବି କରିନି। ସୌମ୍ୟଙ୍କ ମା’ ଏବେ ଆଣୁଥିବା ଅଭିଯୋଗ ଆଗରୁ କାହିଁକି କରୁ ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟା।

ଏହାବାଦ ବଲାଙ୍ଗିରରେ ବ୍ୟାଚଲର ପାର୍ଟି ନୁହେଁ, ମୋ ବାହାଘର ପାଇଁ ଖୁସିରେ ଫିଷ୍ଟ ଦେଇଥିଲି ବୋଲି କହିଲେ ବିଦ୍ୟା । ଏଥିନିମନ୍ତେ ସ୍ୱାମୀଙ୍କୁ ଧମକାଇ ଟଙ୍କା ମାଗିବା ଅଭିଯୋଗକୁ ଅସ୍ୱୀକାର କରିବା ସହ  ମୁଁ ମୋ ବାପାଙ୍କୁ ଫୋନ କରି ଟଙ୍କା ମାଗିଥିଲି। ହେଲେ ସୌମ୍ୟ ଜବରଦସ୍ତି ଟଙ୍କା ଦେଇଥିଲେ ବୋଲି କହିଛନ୍ତି ବିଦ୍ୟା ।

ସୂଚନାଯୋଗ୍ୟ,  ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ପୁଲିସ୍‌ ତଦନ୍ତକୁ ଜୋରଦାର କରିଥିବା ବେଳେ ଏଥିରେ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ ଟିମ୍  । କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍   ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଭେଟି ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ବେଳେ ଏଏସପି, ପାରଳାଖେମୁଣ୍ଡି ଏସଡିପିଓ ଉପସ୍ଥିତ ଥିଲେ । ତେବେ ସୌମ୍ୟଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ମିଳିଥିବା ସୂଚନା ଦେଇଛନ୍ତି ସୌମ୍ୟଙ୍କ ଭାଇ । ସେ ସଂପୃକ୍ତ ଚିଠିର ଫଟୋ ଗଣମାଧ୍ୟମକୁ ଦେଇଛନ୍ତି । ଏଥିରେ ଜଣେ ଅନ୍ୟଜଣଙ୍କୁ ଘୃଣା କରୁଥିବା ଓ ଭୁଲ ନିଷ୍ପତ୍ତି ନେଇଥିବା ଲେଖାଯାଇଛି । ଏମିତିକି କ୍ଷମା କରିଦେବାକୁ ମଧ୍ୟ ଉଲ୍ଲେଖ ରହିଛି । ତେବେ ଏହି ଚିଠି କିଏ କାହା ଉଦ୍ଦେଶ୍ୟରେ ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ  ।

ସେପଟେ ଗତକାଲି ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ପୁଲିସ୍‌ ଟିମ୍ ବାଲେଶ୍ୱରର ଖଇରା ଏବଂ ମୟୂରଭଂଜର ଉଦଳା ଯାଇ ପୃଥକ୍ ପୃଥକ ଭାବେ ସୌମ୍ୟ ଏବଂ ପତ୍ନୀ ବିଦ୍ୟାଙ୍କ ପରିବାରକୁ ଜେରା କରିଛି । ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସିପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ଘନୀଭୂତ କରୁଛି ।

The post ‘ସୌମ୍ୟଙ୍କର ସମ୍ପତ୍ତି ବୋଲି କିଛି ନାହିଁ, ସମ୍ପର୍କ ଏଗ୍ରିମେଣ୍ଟ ମିଛ’ appeared first on Odisha Reporter.



from Odisha Reporter https://ift.tt/3rpqXzw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages