ଅବିଶ୍ରାନ୍ତ ବର୍ଷା ପରେ ଭୟଙ୍କର ଭୂସ୍ଖଳନ: ଗଲାଣି ୩୬ ଜୀବନ, ଏବେ ୩୦ରୁ ଅଧିକ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ଅବିଶ୍ରାନ୍ତ ବର୍ଷା ପରେ ଭୟଙ୍କର ଭୂସ୍ଖଳନ: ଗଲାଣି ୩୬ ଜୀବନ, ଏବେ ୩୦ରୁ ଅଧିକ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷା ବିତ୍ପାତ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଦୁଇ ଦିନ ହେଲା ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ନିଖୋଜ ହୋଇଯାଇଛନ୍ତି।

ମାଟି ଅତଡ଼ା ତଳୁ ଏନଡିଆରଏଫ ଟିମ୍‌ ପ୍ରାୟ ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ପ୍ରଶାସନ ପକ୍ଷରୁ ଲଗାଣ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଥିବା ଅଞ୍ଚଳରେ ଫସିଥିବା ଲୋକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଛି। ଏଥିସହ ଉଦ୍ଧାରକାରୀ ଦଳ ବନ୍ୟା ଓ ଭୂସ୍ଖଳନରେ ଫସି ରହିଥିବାର ଲୋକଙ୍କୁ ଉଚ୍ଚସ୍ଥାନକୁ ଆସିବାକୁ କହିଛନ୍ତି। ଏହାଦ୍ୱାରା ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ଠାବ କରିବା ସହ ସୁରକ୍ଷିତ ଭାବେ ହେଲିକପ୍ଟର ଜରିଆରେ ଉକ୍ତ ଅଞ୍ଚଳରୁ ଆଣିପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୁଲାଇ ମାସରେ ମହାରାଷ୍ଟ୍ରରେ ଚଳିତ ବର୍ଷ ଯେତିକି ବର୍ଷା ହୋଇଛି, ତାହା ବିଗତ ୪୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅବିଶ୍ରାନ୍ତ ବର୍ଷା ଯୋଗୁ ଗତକାଲି ୩ଟି ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଆଜି ଗୋଟିଏ ସ୍ଥାନରୁ ୩୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଉ ଗୋଟିଏ ସ୍ଥାନରୁ ୪ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ଥିତି ଉପରେ ନଜର ରଖିଥିବା ବେଳେ ସ୍ଥାନୀୟ ପ୍ରଶାସନ ସହ ମଧ୍ୟ କଥା ହୋଇଛନ୍ତି। କେବଳ ରାଇଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି।

ରତ୍ନଗିରି ଜିଲ୍ଲାର ଚିପଲୁନ ସହାରାଞ୍ଚଳରେ ୨୪ ଘଣ୍ଟା ଧରି ବର୍ଷା ଲାଗି ରହିଛି। ଫଳରେ ଜଳସ୍ଥର ୧୨ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ବର୍ଷା ଯୋଗୁ ବୈଶିଷ୍ଠ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାସ୍ତା ଠାରୁ ଆରମ୍ଭ କରି ଅନେକ ଘର ପାଣିରେ ବୁଡ଼ି ଯାଇଛି।

ସହରରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିବା ବେଳେ ମୋବାଇଲ ନେଟୱର୍କ ମଧ୍ୟ ଠିକ୍‌ ଭାବେ କାମ କରୁନାହିଁ। ଏଠାରେ ଥିବା ଗୋଟିଏ କୋଭିଡ ହସ୍ପିଟାଲରେ ବନ୍ୟା ପାଣି ପଶି ଯାଇଛି। ତେଣୁ ଏଠାରେ ଚିକିତ୍ସିତ ରୋଗୀଙ୍କୁ ଡଙ୍ଗା ଦ୍ୱାରା ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ନୌ ସେନାର ଦୁଇଟି ଟିମ୍‌, ୧୨ଟି ସ୍ଥାନୀୟ ଟିମ, ତଟରକ୍ଷୀ ବାହିନୀର ଦୁଇଟି ଓ ଏନଡିଆରଏଫର ୩ଟି ଟିମ୍‌ ମୁତୟନ ହୋଇଛନ୍ତି। ସମସ୍ତଙ୍କୁ ଲାଇଫ ସେଭିଂ ଜ୍ୟାକେଟ, ଡଙ୍ଗା ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯାଇଛି। ନୌସେନା ଟିମ୍‌ରେ ସ୍ୱତନ୍ତ୍ର ବୁଡ଼ାଳି ମଧ୍ୟ ରହିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ ବିଭାଗ ଆସନ୍ତା କିଛି ଦିନ ଧରି ମହାରାଷ୍ଟ୍ରରେ ପ୍ରବଳ ବର୍ଷାରୁ ପୂର୍ବାନୁମାନ କରି ରେଡ ଆଲର୍ଟ ଜାରି କରିଛି।

The post ଅବିଶ୍ରାନ୍ତ ବର୍ଷା ପରେ ଭୟଙ୍କର ଭୂସ୍ଖଳନ: ଗଲାଣି ୩୬ ଜୀବନ, ଏବେ ୩୦ରୁ ଅଧିକ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3kMFFze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages