କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ଶିଖର ଧୱନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାପଟେନ୍ ଧୱନଙ୍କର ଏହା ପ୍ରଥମ ଟସ୍ ବିଜୟ।
ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବା ଭାରତ ଆଜି ମ୍ୟାଚରେ ଏକାଥରକେ ୬ଟି ପରିବର୍ତ୍ତନ କରିଛି। ତେବେ ବଡ଼ କଥା ଆଜି ପାଞ୍ଚଜଣ ଖେଳାଳି ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିବେ। ଏହି ପାଞ୍ଚ ଖେଳାଳି ହେଲେ ନୀତୀଶ ରାଣା, ରାହୁଲ୍ ଚହର୍, ଚେତନ ସାକାରିୟା, କ୍ରିଷ୍ଣାପ୍ପା ଗୌତମ ଓ ସଞ୍ଜୁ ସାମସନ୍। ତେବେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରିନାହିଁ। ସେହିପରି ଟିମରେ ପେସ୍ ବୋଲର ନଭଦୀପ ସାଇନିଙ୍କୁ ସୁଯୋଗ ମିଳିଛି।
ସେହିପରି ଶ୍ରୀଲଙ୍କା ଟିମ୍ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ପ୍ରବୀଣ ଜୟବିକ୍ରମା, ରମେଶ ମେଣ୍ଡୀସ୍ ଓ ଅକିଲା ଧନଞ୍ଜୟଙ୍କୁ ସୁଯୋଗ ମିଳିଛି।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଦିନିକିଆକୁ ୭ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୩ ୱିକେଟରେ ବିଜୟୀ ହୋଇ ସିରିଜରେ ୨-୦ରେ ଆଗୁଆ ରହିଛି।
Hello & Good Afternoon from Colombo #TeamIndia have elected to bat against Sri Lanka in the third & final ODI of the series. #SLvIND
Follow the match https://t.co/7LRDbx0DLM
Here is India's Playing XI pic.twitter.com/pioejNJG5k
— BCCI (@BCCI) July 23, 2021
ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ପୃଥ୍ୱୀ ଶ’, ସଞ୍ଜୁ ସାମସନ୍ (ୱିକେଟକିପର), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, କ୍ରିଷ୍ଣାପ୍ପା ଗୌତମ, ରାହୁଲ୍ ଚହର୍, ନଭଦୀପ ସାଇନି, ଚେତନ ସାକାରିୟା।
ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ଭାନୁକା ରାଜପାକସା, ଧନଞ୍ଜୟ ଡି’ସିଲଭା, ଚରିଥା ଅସଲଙ୍କା, ଦାସୁନ୍ ଶନାକା (କ୍ୟାପଟେନ୍), ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ଅକିଲା ଧନଞ୍ଜୟ, ପ୍ରବୀଣ ଜୟବିକ୍ରମା।
The post ଟସ୍ ଜିତିଲା ଭାରତ, ଡେବ୍ୟୁ କଲେ ୫ ଖେଳାଳି appeared first on Odisha Reporter.
from Odisha Reporter https://ift.tt/3ztsMy4
No comments:
Post a Comment