ଟୋକିଓ: ବିନା ପଦକରେ ଚଳିତ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜୀ ଅଭିଯାନ ଶେଷ ହୋଇଛି। ପୂର୍ବରୁ ସବୁ ଖେଳାଳି ହାରି ସାରିଥିବା ବେଳେ ଆଜି ସମସ୍ତଙ୍କ ଆଶା ଷ୍ଟାର ତୀରନ୍ଦାଜ ଅତନୁ ଦାସଙ୍କ ଉପରେ ରହିଥିଲା। ହେଲେ ସେ ଆଜି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ତୀରନ୍ଦାଜୀ ଅଭିଯାନ ବିନା ପଦକରେ ଶେଷ ହୋଇଛି।
ସେହିପରି ବିଶ୍ୱର ୧ନଂ ବକ୍ସର ଅମିତ ପଙ୍ଘାଲ ମଧ୍ୟ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇ ଅଲିମ୍ପିକ୍ସରୁ ବାଦ ପଡ଼ିଛନ୍ତି। ଫଳରେ ତାଙ୍କ ଠାରୁ ପଦକ ଆଶା କରିଥିବା ଭାରତୀୟଙ୍କୁ ନିରାଶ ହେବାକୁ ପଡ଼ିଛି।
ଆଜି ସକାଳେ ଅତନୁ ପ୍ରି କ୍ୱାର୍ଟର ମ୍ୟାଚ୍ରେ ଜାପାନର ତାକାହାରୁ ଫୁରୁକାୱାଙ୍କୁ ଭେଟିଥିଲେ। ପୂର୍ବ ମ୍ୟାଚ୍ରେ ଅତନୁ ଲଣ୍ଡନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ହରାଇଥିବାରୁ ସମସ୍ତେ ତାଙ୍କ ଠାରୁ ବିଜୟ ଆଶା କରିଥିଲେ। କିନ୍ତୁ ସେ ତାକାହାରୁଙ୍କ ଠାରୁ ୪-୬ ପଏଣ୍ଟରେ ହାରି ଯାଇଛନ୍ତି। ଗତକାଲି ତାଙ୍କ ପତ୍ନୀ ତଥା ବିଶ୍ୱର ୧ନଂ ତୀରନ୍ଦାଜ ଦୀପିକା କୁମାରୀ ମଧ୍ୟ ଦକ୍ଷିଣ କୋରିଆର ଆନ ସାନଙ୍କ ଠାରୁ ପରାସ୍ତ ହୋଇଥିଲେ।
ଅନ୍ୟପକ୍ଷରେ ଅମିତ ୫୨ କେଜି ବର୍ଗର ବକ୍ସିଂ ମୁକାବିଲାରେ ରିଓ ଅଲିମ୍ପିକ୍ସର ରୌପ ପଦକ ବିଜେତା ୟୁବେରଜେନ ମାର୍ଟିନଞ୍ଜେଙ୍କୁ ଭେଟିଥିଲେ। ପ୍ରଥମ ସେଟ୍କୁ ଅମିତ ଚମତ୍କାର ଢଙ୍ଗରେ ୪:୧ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍ରେ ୟୁବେରଜେନ ଜବରଦସ୍ତ କମବ୍ୟାକ୍ କରିଥିଲେ।
ସେ ଏହି ସେଟକୁ ଜିତି ନେଇଥିଲେ। ତୃତୀୟ ସେଟରେ ମଧ୍ୟ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅମିତ ଦୁଇଟି ଯାକ ସେଟରେ ଅଧିକ ଡିଫେନ୍ସିଭ ହୋଇଯିବାରୁ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା। ଶେଷରେ ୟୁବେରଜେନ ୪:୧ରେ ମ୍ୟାଚ୍ ଜିତି ନେଇଥିଲେ। ଏଥିସହ ଅମିତଙ୍କ ଅଲିମ୍ପିକ୍ସ ଅଭିଯାନରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲେ।
The post ଭାରତର ତୀରନ୍ଦାଜୀ ଅଭିଯାନ ଶେଷ, ବକ୍ସର ଅମିତ ବି ପ୍ରଥମ ରାଉଣ୍ଡରୁ ବିଦା appeared first on Odisha Reporter.
from Odisha Reporter https://ift.tt/3ikMgiZ
No comments:
Post a Comment