ମହିଳାଙ୍କ ଘରୁ ମିଳିଲା ୫୫୦ ଗ୍ରାମ ବ୍ରାଉନ୍ ସୁଗର୍ ଓ ୩୪ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ମହିଳାଙ୍କ ଘରୁ ମିଳିଲା ୫୫୦ ଗ୍ରାମ ବ୍ରାଉନ୍ ସୁଗର୍ ଓ ୩୪ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣ ବ୍ରାଉନ୍ ସୁଗର୍, ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ। ଏହାସହ ନଗଦ ୩୪ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ପୁଲିସ୍ ଜବତ କରିଛି। ଆଜି ଭୁବନେଶ୍ୱର ସହିଦନଗର ଥାନା କେଶୁରା ଅଞ୍ଚଳରେ ଏକ ଘରୁ ଏତେ ପରିମାଣର ବ୍ରାଉନ୍ ସୁଗର ଓ ଟଙ୍କା ଜବତ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଟୁଇନ୍ ସିଟି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଉକ୍ତ ବ୍ୟକ୍ତିଙ୍କ ଘରୁ ୫୫ ଲକ୍ଷ ଟଙ୍କାର ୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ପୁଲିସ୍ ଟଙ୍କା ସହ ଜଣେ ମହିଳା ଓ ଜଣେ ଯୁବକ ଗିରଫ କରିଛି। ଏହାସହ ପୁଲିସ୍ ଗୋଟିଏ କାର୍ ଏବଂ ଦୁଇଟି ବାଇକ ମଧ୍ୟ ଜବତ କରିଛି।

ତେବେ ବ୍ରାଉନ ସୁଗର ସହ ଏତେ ପରିମାଣର ଟଙ୍କା ମିଳିବା ଅଭୁତପୂର୍ବ ଏବଂ ଏହା ପଛରେ କିଛି ବଡ଼ ଅପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଥିବା କହିଛନ୍ତି ପୁଲିସ୍ କମିଶନର। ପୁଲିସ୍ କମିଶନର କହିଛନ୍ତି, କମିଶନରେଟ୍ ପୁଲିସର ନାର୍କୋଟିକ୍ସ ବିରୋଧୀ ଅଭିଯାନ ଆଧାରରେ ମଙ୍ଗଳବାର କ୍ୱିକ୍ ଆକ୍ସନ୍ ଟିମ୍ ସହ ସହିଦନଗର ପୁଲିସ୍ ମିଳିତ ଭାବେ କେଶୁରା ଅଞ୍ଚଳର ଏକ ଘରୁ ଚଢ଼ାଉ କରିଥିଲା।

ଗତ ଚାରିମାସ ଧରି କଟକ ଓ ଭୁବନେଶ୍ୱରୁ ୫କେଜି ୧୦୦ ଗ୍ରାମରୁ ଅଧିକ ପରିମାଣର ବ୍ରାଉନ୍ ସୁଗର୍ ଜବତ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା କେଶୁରା ଅଞ୍ଚଳର ଯେଉଁ ମହିଳାଙ୍କ ଘରେ ରେଡ୍ କରାଗଲା, ସେଠାରୁ ୫୫୦ ଗ୍ରାମର ବ୍ରାଉନ୍ ସୁଗର ଓ ୩୪ଲକ୍ଷ ୮୦ହଜାର ଟଙ୍କା ଜବତ କରାଯାଇଛି। ଏହାସହ ଗୋଟିଏ ଅଲ୍ଟୋ କାର୍ ଓ ଦୁଇଟି ମୋଟର୍ ସାଇକଲ୍ ଜବତ ହୋଇଛି। ମହିଳାଙ୍କ ସ୍ୱାମୀ ଘରେ ନଥିଲେ। ତାଙ୍କୁ ଖୋଜିବା ଜାରି କରିଛୁ। ଯେହେତୁ ଏତେ ଟଙ୍କା ଜବତ ହୋଇଛି, ତେଣୁ ଏହାକୁ ଆମେ ଗୁରୁତ୍ୱର ସହ ତଦନ୍ତ କରିବୁ ବୋଲି ପୁଲିସ୍ କମିଶନର କହିଛନ୍ତି।

The post ମହିଳାଙ୍କ ଘରୁ ମିଳିଲା ୫୫୦ ଗ୍ରାମ ବ୍ରାଉନ୍ ସୁଗର୍ ଓ ୩୪ଲକ୍ଷ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3xL2QxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages