ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଶ୍ରୀ ସେଠୀଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।

ଏମ୍‌ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍‌ରେ ରଖାଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି। ତାଙ୍କର ସମସ୍ତ ପ୍ରକାର ଟେଷ୍ଟ କରାଯିବ। ଏହା ସହିତ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ଦିନ ହେବ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍‌ସରେ ଅଛନ୍ତି। ଡାକ୍ତର ମହାନ୍ତିଙ୍କ କହିବା ଅନୁଯାୟୀ ତାଙ୍କ ଅବସ୍ଥା ଭଲ ଅଛି। ସଂପୂର୍ଣ୍ଣ ସୁସ୍ଥ ହେଲେ ତାଙ୍କୁ ଡିସ୍‌ଚାର୍ଜ କରାଯିବ।

ସୂଚନାଯୋଗ୍ୟ, ବିଷ୍ଣୁ ଚରଣ ସେଠୀ ୨୦୧୯ରେ ବିଜେପି ଟିକେଟ୍‌ରେ ଭଦ୍ରକ ଜିଲ୍ଲାର ଧାମନଗର ଆସନରୁ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି। ୨୦୦୯ ଓ ୨୦୧୪ରେ ମଧ୍ୟ ସେ ଏହି ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ତେବେ ହାରିଯାଇଥିଲେ। ୨୦୦୦ ମସିହାରେ ସେ ବିଜେପି ଟିକେଟ୍‌ରେ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।

The post ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3dGMHBi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages